ଓଡିଶା

ଝାରପୋଖରିଆଠାରେ ସିପିଆଇର ଦାଵି ଦିଵସ ପାଳିତ

(ସତ୍ୟନାରାୟଣ ପାଲ/ରାଇରଙ୍ଗପୁର): ସୋମଵାର ସଂସଦ ଅଧିଵେଶନ ଆରମ୍ଭ ହେଉଥିଵାରୁ ଦେଶର ଜନସାଧାରଣଙ୍କ ପାଇଁ ଜୀଵିକା, ସ୍ୱାସ୍ଥ୍ୟ, ଶିକ୍ଷା, ନ୍ୟାୟ ଓ ଜାତୀୟ ଅର୍ଥନୀତିର ସୁରକ୍ଷା ଦାଵି ନେଇ ଦେଶବ୍ୟାପି ଦାଵି ଦିଵସ ଭାଵେ ପାଳନ ପାଇଁ ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଝାରପୋଖରିଆ ଠାରେ ସିପିଆଇ ଡାକରା ଦେଇଛି । ସଂଘପରିଵାରର ମୋଦି-ଶାହା ନେତୃତ୍ତ୍ଵାଧୀନ ଏକଛତ୍ରଵାଦୀ ଵିଜେପି ସରକାର ଦେଶର ଅର୍ଥନୀତିକୁ ସର୍ଵଗ୍ରାସୀ ମହାସଂକଟ ସୃଷ୍ଟିକରିଛି । ମୋଦି ସରକାରଙ୍କ ସର୍ଵନାସୀ ନୀତି ଵେରୋଜଗାରୀ, ଦାରିଦ୍ର୍ୟ ଵୃଦ୍ଧି ସାଙ୍ଗକୁ, କ୍ରୟ ଶକ୍ତି ହ୍ରାସ ସହ ଜୀଵନ, ଜୀଵିକା ଓ ଜୀଵନଧାରଣକୁ ଦୁର୍ଵିସହ କରାଇଛି ବୋଲି ନଳ ପକ୍ଷରୁ ଆହ୍ୱାନ ଦେଇଥିଲେ। ଦେଶର ଅର୍ଥନୈତିକ ମହା ସଂକଟ ପାଇଁ ଅର୍ଥମନ୍ତ୍ରୀ ଇସ୍ତଫା ଦେଵା ପାଇଁ ପାର୍ଟି ପକ୍ଷରୁ ଦାବି କରାଯାଇଛି । ମାଇକୋଫାଇନାନସ୍ ଋଣ ଆଦାୟ ପାଇଁ ଜୋର ଜବରଦସ୍ତି ବନ୍ଦ କରିବାକୁ ମଧ୍ୟ ଦାବି କରାଯାଇଛି ।

Related posts

କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି : ରାଜସ୍ୱ ମନ୍ତ୍ରୀ

mahabharatanews

“ମା ପାଇଁ ଦିନଟିଏ”

mahabharatanews

ଶିକାର କରୁ କରୁ ଫୁଟିଲା ଗୁଳି, ଶିକାରୀ ଗୁରୁତର

mahabharatanews