ଓଡିଶା

ବାଇକକୁ ପିଟିଲା ପିକଅପ ଭ୍ୟାନ୍, ଜଣେ ମୃତ

(ଅଜିତ୍ ସାହୁ/ଜଳେଶ୍ୱର): ଜଳେଶ୍ୱରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ ଝିଅ ସହ ବାଇକରେ ଯାଉଥିବା ସମୟରେ ପଛପଟୁ ଗୋଟିଏ ପିକଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି । ସେହିପରି ସ୍ୱାମୀ ଓ ଅଢ଼େଇ ବର୍ଷର ଶିଶୁକନ୍ୟା ମଧ୍ୟ ଗୁରୁତର ଭାବେ ଆହାତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ଜଳେଶ୍ବର ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ବାଲେଶ୍ବରର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ଆରୁହା ପଞ୍ଚାୟତ ଆରୁହା ଗାଁର ଅଶ୍ବିନୀ କୁମାର ସାମଲ ସଂପର୍କୀୟଙ୍କ ମୃତ୍ୟୁ ଖବର ପାଇ ନଛିମପୁର ପଞ୍ଚାୟତର ନାଙ୍ଗାଡ ସାହିକୁ ନିଜ ସ୍ତ୍ରୀ ଓ ଝିଅ ସହ ବାଇକରେ ଯାଉଥିବା ବେଳେ ଏନଏଚ୍ ୬୦ରେ ପଛରୁ ଗୋଟିଏ ପିକଅପ୍ ଭ୍ୟାନ୍ ପିଟିବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ମମତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପିକଅପ୍ ଭ୍ୟାନର ଡ୍ରାଇଭର ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିବା ସୁଚନାରୁ ଜଣାଯାଇଛି । ଏହାପରେ ସ୍ଥାନୀୟ ଲୋକେ ଅଶ୍ବିନୀ କୁମାର ସାମଲ ଓ ତାଙ୍କ ଝିଅଙ୍କୁ ଉଦ୍ଧାର କରି ପ୍ରଥମେ ଜଳେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ବାପା ଏବଂ ଝିଅକୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

5T ସଚିବଙ୍କ ବେଦବ୍ୟାସ ପୀଠ ପରିଦର୍ଶନ : ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗର ବିକାଶ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ କରିବେ ଜିଲ୍ଲାପାଳ

mahabharatanews

ମହାମାରୀ କରୋନା ନେଇ ଉତ୍କଳ ଦିବସର ସବୁ ସଭା ସମିତି ବାତିଲ

mahabharatanews

ଅଧ୍ୟାପକଙ୍କ ଛାତ୍ରୀଙ୍କୁ ଅସଦାରଚରଣ , ଫାଟକରେ ତାଲା ପକାଇଲେ ଛାତ୍ର ଛାତ୍ରୀ

mahabharatanews