ଓଡିଶା

ପୁରୀ ଓ ଯାଜପୁର ଜିଲ୍ଲାରେ ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରୀୟ ଟିମ୍

(ଜୟନ୍ତ କୁମାର ସେଠୀ,ପୁରୀ/ ସତ୍ୟଜିତ,ବରୀ): ବନ୍ୟା ଜନିତ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା ପାଇଁ ଆସିଥିବା କେନ୍ଦ୍ରୀୟ ଟିମ ଆଜି ପୁରୀ ଜିଲ୍ଲା ଗସ୍ତ କରିଛି । ପ୍ରଥମେ ପୁରୀ ଜିଲ୍ଲାପାଳଙ୍କ ସହ ଏକ ସ୍ୱତନ୍ତ୍ର ବୈଠକରେ କେନ୍ଦ୍ରୀୟ ଟିମ ଆଲୋଚନା କରିଥିଲେ । ପରେ ଜିଲ୍ଲାର କଣାସ, ଡେଲାଙ୍ଗ ବ୍ଲକ ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଚଳିତ ବନ୍ୟାରେ ପୁରୀ ଜିଲ୍ଲାର କଣାସ, ଡେଲାଙ୍ଗ, ଗୋପ, ନିମାପଡା ଆଦି ଅଞ୍ଚଳରେ ଫସଲ ନଷ୍ଟ ହେବା ସାଙ୍ଗକୁ ବ୍ୟାପକକ୍ଷୟକ୍ଷତି ହୋଇଛି । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିବା ପରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଲୋଚନା କରିବେ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।
ସେହିପରି ଯାଜପୁର ଜିଲ୍ଲାର ବନ୍ୟା ଜନିତ କ୍ଷୟକ୍ଷତି ସ୍ଥିତି ସମୀକ୍ଷା ପାଇଁ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ବିଞ୍ଝାରପୁର ଏବଂ ବରୀ ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । କେନ୍ଦ୍ରୀୟ ପ୍ରତିନିଧି ଦଳ ବରୀରେ ପହଞ୍ଚି ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ଵ ର ଅରୁଆଳ ଠାରେ ସୃଷ୍ଟି ହୋଇଥିବା ଘାଇ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକ ମାନଙ୍କର ସମସ୍ୟା ପଚାରି ବୁଝିଛନ୍ତି । ଏହି ଟିମ୍ ଘାଇ ଅଞ୍ଚଳ ପରିଦର୍ଶନ କରି ବନ୍ୟା ଜନିତ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି । ଚାଷକାର୍ଯ୍ୟ ଓ ରାସ୍ତାଘାଟ ଆଦି କେତେ ପ୍ରଭାବିତ ହୋଇଛି ସେ ସମ୍ପର୍କରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କୁ କେନ୍ଦ୍ରୀୟ ଟିମ ଅବଗତ କରିଛନ୍ତି ।

Related posts

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉଦ୍ଘାଟିତ

mahabharatanews

ବାଇକକୁ ଧକ୍କା ଦେଲା କାର ; କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର

mahabharatanews

ବଢିଲା ହରଡ଼ ଡାଲିର ଦର ଦାମ

mahabharatanews