Uncategorized

ଇସ୍ରୋ ଲଞ୍ଚ କରିବାକୁ ଯାଉଛି ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଆସନ୍ତାବର୍ଷ ଇସ୍ରୋ ଲଞ୍ଚ କରିବ ଚନ୍ଦ୍ରଯାନ-୩ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏଥର ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡର ତୁଳନାରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ରହିବ ଟିକେ ଭିନ୍ନ । ଚନ୍ଦ୍ରଯାନ-୨ର ବିକ୍ରମ ଲ୍ୟାଣ୍ଡରରେ ୫ଟି ଇଞ୍ଜିନ ଥିଲା, କିନ୍ତୁ ଚନ୍ଦ୍ରଯାନ-୩ରେ ରହିବ ୪ ଇଞ୍ଜିନ। ଏହି ମିଶନରେ ଲ୍ୟାଣ୍ଡର ଓ ରୋଭର ଯିବ। ଚନ୍ଦ୍ର ଚତୁପାର୍ଶରେ ପରିକ୍ରମା କରୁଥିବା ଚନ୍ଦ୍ରଯାନ୨ର ଅର୍ବିଟର ସହିତ ଲ୍ୟାଣ୍ଡର ରୋଭରର ସମ୍ପର୍କ ସ୍ଥାପନା କରାଯିବ।
ଚନ୍ଦ୍ରଯାନ-୩ ସହ ଲ୍ୟାଣ୍ଡର ଯିବ ଓ ତାର ମଝି ଇଞ୍ଜିନକୁ ହଟାଇ ଦିଆଯିବ। ଏହା ଦ୍ବାରା ଲ୍ୟାଣ୍ଡରର ଭାର କମ୍ ହେବ। ଲ୍ୟାଣ୍ଡିଂ ସମୟରେ ଚନ୍ଦ୍ରଯାନ-୨କୁ ଧୂଳିରୁ ବଞ୍ଚିବା ପାଇଁ ପଞ୍ଚମ ଇଞ୍ଜିନ୍ ଲଗାଯାଇଥିଲା। ଏବେ କିନ୍ତୁ ଧୂଳିକଣାକୁ ନେଇ କୌଣସି ସସମ୍ୟା ହେବ ନାହିଁ ବୋଲି ଇସ୍ରୋ କହିଛି। ଏଥିସହ ଗୋଟିଏ ଇଞ୍ଜନ କମ କରି ଲ୍ୟାଣ୍ଡରର ଓଜନ କମ ହେବ। ଲ୍ୟାଣ୍ଡରର ଗୋଡରେ ବି କିଛିଟା ପରିବର୍ତନ ଆଣିବାକୁ ଇସ୍ରୋ ବୈଜ୍ଞାନିକ ସୁପାରିଶ କରିଛନ୍ତି। ଏବେ ଦେଖିବାର ଅଛି ଏଥିରେ କେଉଁ ପ୍ରକାର ପରିବର୍ତନ ଆସିବ। ଏ ନେଇ ସେଠାରେ ଟେଣ୍ଡର ମଧ୍ୟ ଜାରି କରାଯାଇଛି।

Related posts

‘କରୋନା ନିରାକରଣ ପାଇଁ ଆଣ୍ଟିଭାଇରାଲ ଔଷଧ ସହ ସାମାଜିକ ଦୂରତା ଜରୁରୀ’

mahabharatanews

ଅପ୍ରେଲ ୧ରୁ ଆରମ୍ଭ ହେବ ଜାତୀୟ ଜନସଂଖ୍ୟା ପଞ୍ଜିକରଣ

mahabharatanews

ସୋପୋର ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

mahabharatanews