ଓଡିଶା

ଦେଶରେ ଓଡିଶା ମଦ୍ୟପାନ ଜନିତ ମୃତ୍ୟୁରେ  ଦ୍ୱିତୀୟ

ଭୁବନେଶ୍ୱର: ଦେଶରେ ପ୍ରତିବର୍ଷ ୧୪ ହଜାରରୁ ଅଧିକ ଦୁର୍ଘଟଣା ମଦ୍ୟପାନ ଯୋଗୁଁ ଘଟୁଛି। ସରକାରଙ୍କ ସମସ୍ତ ପ୍ରୟାସ ସମସ୍ତ ସତର୍କତା ସତ୍ତେ୍ୱ କିନ୍ତୁ ମଦ୍ୟପାନ ଜନିତ ଦୁର୍ଘଟଣାରେ ହ୍ରାସ ପରିଲକ୍ଷିତ ହେଉ ନାହିଁ। ଏକ ରିପୋର୍ଟ ଅନୁସାରେ ମଦ୍ୟପାନଜନିତ ଗାଡ଼ି ଦୁର୍ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ଦ୍ବିତୀୟ ଥିବା ବେଳେ ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶ ଓ ତୃତୀୟ ସ୍ଥାନରେ ଆନ୍ଧ୍ରପ୍ରଦେଶ ରହିଛି। ଗତ ୩ ବର୍ଷର ପରିସଂଖ୍ୟାନ ଅନୁଯାୟୀ ଉତ୍ତରପ୍ରଦେଶରେ ଗତ ୩ ବର୍ଷରେ ଏହି ସଂଖ୍ୟା ୩୦୦୦ ଅତିକ୍ରମ କରିଛି। ୨୦୧୯ରେ ଏହି ସଂଖ୍ୟା ୪୫୦୦ରେ ପହଞ୍ଚିଛି। କେବଳ ୟୁପିରେ ଗତ ୩ ବର୍ଷ ମଧ୍ୟରେ ଏହି ଧରଣର ୧୧.୫ ହଜାର ଅଧିକ ଦୁର୍ଘଟଣା ଘଟିଛି।
ଅନ୍ୟପକ୍ଷରେ ଓଡ଼ିଶାରେ ଗତ ୩ ବର୍ଷରେ ଓଡ଼ିଶାରେ ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ୪ ହଜାରରୁ ଅଧିକ ହୋଇଛି। ସେହିପରି ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ୨୫ଶହରୁ ଅଧିକ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଦିଲ୍ଲୀ ଓ ମୁମ୍ବଇପରି ମେଟ୍ରୋ ସହରରେ ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ଯଥେଷ୍ଟ କମ୍ ରହିଛି। ଦିଲ୍ଲୀରେ ଗତ ୩ ବର୍ଷରେ ମଦ୍ୟପାନଜନିତ ଦୁର୍ଘଟଣା ସଂଖ୍ୟା ୬୭୫ ହୋଇଥିବାବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୧୩୫୦ ବୋଲି ଜଣାପଡ଼ିଛି।

Related posts

ସରକାରଙ୍କ ନୂଆ ଗାଇଡଲାଇନ୍, ନିଲାମ ବନ୍ଦ କରି ଆରମ୍ଭ ହେବ ଇ-ଲଟେରୀ ବ୍ୟବସ୍ଥା

mahabharatanews

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ମନ୍ଦିରରୁ ଚୋରି

mahabharatanews

ଏଣିକି ଆଧୁନିକ ପୋଷାକରେ ଶ୍ରୀମନ୍ଦିର ମନା !

mahabharatanews