Uncategorizedଓଡିଶାଵାଣିଜ୍ୟ

ଦୁବାଇ ବିମାନବନ୍ଦରକୁ ୧୫ ଦିନ ପାଇଁ ଏୟାର ଇଣ୍ଡିଆ ବିମାନ ନିଲମ୍ବିତ

(ନୂଆଦିଲ୍ଲୀ): ଦୁବାଇ ବିମାନବନ୍ଦରକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ୧୫ ଦିନ ପାଇଁ ଅସ୍ଥାୟୀ ଭାବେ ନିଲମ୍ବିତ କରାଯାଇଛି । ଦୁଇ ଦୁଇ ଥର କରୋନା ଆକ୍ରାନ୍ତ ଥିବା ଯାତ୍ରୀଙ୍କୁ ବସାଇଥିବା ଯୋଗୁଁ ଫ୍ଲାଇଟ୍ ଉପରେ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୩ ପର୍ୟ୍ୟନ୍ତ କଟକଣା ଲାଗୁ କରାଯାଇଛି । ଏଥିସହ ଏୟାର ଇଣ୍ଡିଆ ଏକ୍ସପ୍ରେସ ଦୁବାଇ ନେଇଥିବା କରୋନା ରୋଗୀଙ୍କ ସବୁ ଚିକିତ୍ସା ଓ କ୍ୱାରେନଣ୍ଟାଇନ୍ ଖର୍ଚ ମଧ୍ୟ ବହନ କରିବ ବୋଲି ଜଣାପଡିଛି । ତେବେ ସୁଚନା ଯେ ଯାତ୍ରୀଙ୍କ କରୋନା ପଜିଟିଭ୍ ଥିବା ଜାଣି ଯାତ୍ରା କରାଇଥିବାରୁ ଏଭଳି କଟକଣା ଏୟାର ଇଣ୍ଡିଆ ଏକ୍ସପ୍ରେସ ଉପରେ ଲଗାଯାଇଛି ।
ସେହିପରି ସେପ୍ଟେମ୍ବର ୨ ତାରିଖରେ ଜଣେ ଯାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ଫ୍ଲାଇଟରେ ଯାତ୍ରା କରିବାକୁ ଅନୁମତି ଦିଆଯାଇଥିଲା। ଏହାସହ କୋଭିଡ୍ ଗାଇଡଲାଇନ୍ ମଧ୍ୟ ଉଲଂଘନ କରାଯାଇଥିଲା ।

Related posts

ବିଳମ୍ବରେ କେରଳ ଛୁଇଁବ ମୌସୁମୀ ,୧୯ରେ ଓଡିଶା 

mahabharatanews

ଦିଲ୍ଲୀରେ ସେନା ମୁତୟନ ପାଇଁ କେଜ୍ରିୱାଲଙ୍କ ନିବେଦନ

mahabharatanews

ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ 

mahabharatanews