ଓଡିଶା

ସମାଜର ସୁରକ୍ଷା ନେଇ ବାଲୁକାକଳା ମାଧ୍ୟମରେ ବାର୍ତା

(ଜୟନ୍ତ କୁମାର ସେଠୀ/ପୁରୀ): ସାରା ଦେଶରେ ଏବେ ଅନଲକ୍ ପ୍ରକ୍ରିୟା ଚାଲିଛି । ଜୀବନ ଜୀବିକା ସ୍ୱାଭାବିକ ହେବା ପାଇଁ ଅନେକ କଟକଣା କୋହଳ ହୋଇ ସାରିଛି। କିନ୍ତୁ ଏହି ଅନଲକ୍ ପର୍ୟ୍ୟାୟରେ ସାରା ଦେଶରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ମୁଖ୍ୟତ ଲୋକ ମାନେ ସଠିକ ଭାବେ ମାସ୍କ ନ ପିନ୍ଧିବା , ହାତ ସାନିଟାଇଜ ନ କରିବା , ସାମାଜିକ ଦୂରତା ନ ରଖିବା ଯୋଗୁ କରୋନା କାୟା ବିସ୍ତାର କରିବାରେ ଲାଗିଛି । ତେବେ ଏହି ଅନଲକ ପ୍ରକ୍ରିୟା ରେ ସମସ୍ତେ କୋଭିଡ ଗାଇଡ଼ ଲାଇନ ମାନି ଚାଲିଲେ କୋଭିଡ ମହାମାରି ରୁ ଆମେ ନିଜେ ସୁରକ୍ଷିତ ରହିବା ସହ ସମାଜର ସୁରକ୍ଷା ମଧ୍ୟ କରି ପାରିବା ବୋଲି ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ବାର୍ତା ଦିଆଯାଇଛି । ବିଶିଷ୍ଟ ବଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା କଳା ମାଧ୍ୟମରେ ଲୋକଙ୍କୁ କୋଭିଡ ମହାମାରୀରୁ କିଭଳି ରକ୍ଷା ପାଇ ହେବ ସେ ନେଇ ସଚେତନ କରିଛନ୍ତି । ଦେଶର ପ୍ରତ୍ୟେକ ନାଗରିକ ଏ ନେଇ ସଚେତନ ହେବାକୁ ବାଲୁକା ଚିତ୍ର କଳାରେ ଆହ୍ୱାନ ଦିଆଯାଇଛି।

Related posts

ରାସ୍ତା, ବାଇପାସ୍ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍

mahabharatanews

ଆରମ୍ଭ ହେଲା ରାଜଧାନୀରେ ଆଦିବାସୀ ମେଳା

mahabharatanews

ଆଜି କଣ୍ଟାମାଳ ଦୁଇଟି ବୁଥରେ ସାନି ମତଦାନ

mahabharatanews