ଓଡିଶା

ଜିଲ୍ଲାପାଳଙ୍କ ସରପ୍ରାଇଜ୍ ଭିଜିଟ୍

(କଣିହାଁ/ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ବିଭିନ୍ନ ଅଞ୍ଚଳକୁ ଜିଲ୍ଲାପାଳ ସରପ୍ରାଇଜ୍ ଭିଜିଟ୍ କରି ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି । କଣିହାଁ ବ୍ଲକ ଏବଂ ତାଳଚେର ପୌରାଞ୍ଚଳକୁ ନୂଆ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କଲେ ସରପ୍ରାଇଜ ଭିଜିଟ୍ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟ ମଧ୍ୟ ବୁଲି ଦେଖିଲେ। ଭଲ କାର୍ୟ୍ୟ ସହ, ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ଚେତାବନୀ ଦେଇଛନ୍ତି । ଚେୟାରରେ ମାତ୍ର ୨ ଦିନ ବସିବା ପରେ ସରପ୍ରାଇଜ ଭିଜିଟରେ କଣିହାଁ ବ୍ଲକ ଆଉ ତାଳଚେର ମ୍ୟୁନିସିପାଲଟିର ବିଭିନ୍ନ ଉନ୍ନୟନମୂଳକ କାମ ବୁଲି ଦେଖିଛନ୍ତି ଜିଲ୍ଲାପାଳ। କଣିହାଁ ବ୍ଲକର ପରାବିଲ ପଞ୍ଚାୟତର ରାସ୍ତା ନିର୍ମାଣ, ପୋଖରୀ ଖନନ,ଏବଂ ଗୃହ ନିର୍ମାଣ ବୁଲି ଦେଖିଛନ୍ତି। ଠିକ୍ ସେହିପରି ତାଳଚେର ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି। ସମସ୍ତଙ୍କୁ ଭଲ କାର୍ୟ୍ୟ ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ତାଗିଦ ମଧ୍ୟ କରିଛନ୍ତି। କିଭଳି ଭାବେ ସାଧାରଣ ଲୋକେ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ଲାଭ ଉଠାଇ ପାରିବେ । ଆମ ଗାଁ ଆମ ବିକାଶ ଯୋଜନାର ସଫଳ ରୂପାୟନ ହୋଇପାରିବ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଠିକ ଭାବେ ହିତାଧିକାରୀଙ୍କ ପାଖରେ ପହଁଚି ପାରିବ ତାର ସମୀକ୍ଷା ମଧ୍ୟ କରିଥିଲେ। କଣିହାଁ ସରପ୍ରାଇଜ୍ ଭିଜିଟ୍ ସମୟରେ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରମେଶ ଜେନା ଏବଂ ଅନ୍ୟାନ୍ୟ ଯନ୍ତ୍ରୀ ଉପସ୍ଥିତ ରହିବା ସହ ତାଳଚେର ମ୍ୟୁନିସିପାଲଟି ସରପ୍ରାଇଜ ଭିଜିଟ ସମୟରେ ତାଳଚେର ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଏବଂ ତାଳଚେର ପୌରପାଳିକା ଅଧିକାରିଣୀ ଅତସୀ ପରିଡା ଉପସ୍ଥିତ ଥିଲେ।

Related posts

ଅଚିହ୍ନା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

mahabharatanews

ଘୂର୍ଣ୍ଣିବଳୟ ସମ୍ଭାବନା; ରାଜ୍ୟରେ ସତର୍କ ସୂଚନା ଜାରି 

mahabharatanews

ଆଇଏଲଏସ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ

mahabharatanews