ରାଜନୀତି

ରାଜ୍ୟସଭାରେ ଉତ୍ତେଜନା ସୃଷ୍ଟି କରିଥିବା ୮ ସାଂସଦ ନିଲମ୍ବିତ

(ନୂଆଦିଲ୍ଲୀ): ଗତକାଲି ରାଜ୍ୟସଭାରେ ପ୍ରବଳ ହଙ୍ଗାମା ମଧ୍ୟରେ ବିବାଦୀୟ କୃଷି ବିଲ୍ ଗୃହୀତ ହୋଇଥିଲା । ବିରୋଧୀ ଦଳର ସଭ୍ୟମାନେ ଗୃହରେ ହଙ୍ଗାମା କରିବା ସହିତ ଉପାଧ୍ୟକ୍ଷଙ୍କ ମାଇକ୍ ମଧ୍ୟ ଭାଙ୍ଗି ଦେଇଥିଲେ । ଖାଲି ସେତିକି ନୁହେଁ କେତେକ ସଭ୍ୟ ଉପାଧ୍ୟକ୍ଷଙ୍କ ଟେବୁଲରୁ କାଗଜପତ୍ର ଭିଡ଼ି ଆଣି ଚିରି ମଧ୍ୟ ଦେଇଥିଲେ । ଗତକାଲି ବିରୋଧୀଙ୍କ ହଙ୍ଗାମା ପ‌ରେ ଆଜି ରାଜ୍ୟସଭାର ଅଧିବେଶନ ଆରମ୍ଭ ହୋଇଛି ।
ତେବେ ଗତକାଲି ଗୃହରେ ଉତ୍ତେଜନା ସୃଷ୍ଟି କରିଥିବା ବିରୋଧୀ ଦଳର ୮ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସୁଚନା ଅନୁଯାୟୀ ନିଲମ୍ବିତ ହୋଇଥିବା ସାଂସଦ ମାନେ ହେଲେ ଡେରେକ ଓ’ବ୍ରିଏନ୍, ସଞ୍ଜୟ ସିଂ, ରିପୁନ୍ ବୋରା, ନାଜିର ହୁସେନ୍, କେ.କେ ରାଗଶ, ଏ କରିମ୍, ରାଜୀବ ସତ୍ୟଭ ଓ ଡୋଲା ସେନ୍ ।

Related posts

ସଞ୍ଜୟ ରାଉତଙ୍କ ଗିରଫଦାରୀ ନେଇ ସଂସଦରେ ହଙ୍ଗାମା

mahabharatanews

ମନ୍ତ୍ରୀପଦରୁ ବିଦା ହେଲେ ପାର୍ଥ ଚାଟାର୍ଜୀ

mahabharatanews

ବିଚାରବିମର୍ଶ ପରେ ନିଆଯିବ ପଦକ୍ଷେପ: ଉଚ୍ଚ ଶିକ୍ଷା ମନ୍ତ୍ରୀ

mahabharatanews