ଓଡିଶା

ଅଳ୍ପକେ ବର୍ତ୍ତିଲେ ନଦୀରେ ଭାସିଯାଇଥିବା ୨୪ ଯବାନ 

ମାଲକାନଗିରି: ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ୨୪ ଯବାନ । ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜାପୁରରେ ଯବାନଙ୍କ ବସ ପୋଲ ପାରି ହେଉଥିବା ବେଳେ ନଦୀରେ ଭାସିଯାଇଥିଲା । ତେବେ ଭାଗ୍ୟ ବଳରେ ବସରେ ଥିବା ସମସ୍ତ ଯବାନ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତକାଲି ହେଉଥିବା ପ୍ରବଳ ବର୍ଷା କାରଣରୁ ନଦୀର ପ୍ରଖର ସ୍ରୋତରେ ବସଟି ଭାସିଯାଇଥିଲା ।
ବିଜାପୁର ଜିଲା ଉରୁପାଲ ଓ ମିତୁଲୁର ଜଙ୍ଗଲରେ ଏକ ଯବାନ ଦଳ ମାଓ ଅପରେସନ ସାରି ବସରେ ଫେରୁଥିଲେ । ବସଟି ପୋଲ ପାର ହେଉଥିବା ବେଳେ ମିତୁଲୁର ନଦୀର ସ୍ରୋତରେ ଭାସି ଯାଇଥିଲା। ତେବେ ବସରେ ଥିବା ଯବାନମାନେ କୌଶଳକ୍ରମେ ଝରକା ଭାଙ୍ଗି ବସରୁ ବାହାରକୁ ଆସିଥିଲେ। ନଦୀ ଆରପଟେ ଥିବା ଅନ୍ୟ ଯବାନମାନେ ସେଠାରେ ପହଞ୍ଚି ଭାସିଯାଉଥିବା ଯବାନଙ୍କୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ କିଛିଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ପ୍ରାୟ ୩ରୁ ୪ ଫୁଟ ପାଣି ନଦୀର ପୋଲ ଉପରେ ପ୍ରବାହିତ ହେଉଥିଲା। ଡ୍ରାଇଭର ସାହାସର ସହ ଗାଡିକୁ ପୋଲ ପାର କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।

Related posts

ମିଥ୍ୟା ଖବର ପ୍ରଚାର କରି ଜଣେ ଗିରଫ

mahabharatanews

୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

mahabharatanews

ଜୁଲାଇ ପ୍ରଥମ ସପ୍ତାହରେ ଲାଗିରହିବ ବର୍ଷା

mahabharatanews