Uncategorized

ଦେଶରେ ଗତ ୨୪ ଘଣ୍ଟାରେ ୮୩ ହଜାର ୩୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି । ଗତକିଛି ଦିନ ଧରି ଏହି ସଂକ୍ରମଣ ସଂଖ୍ୟା ୯୪ ହଜାରରୁ ୯୭ ହଜାର ରହିଥିବା ବେଳେ ଗତକାଲିଠାରୁ ସାମାନ୍ୟ କମି ପରିଲକ୍ଷିତ ହୋଇଛି । ଗତକାଲି ୭୫ ହଜାର ୦୮୩ ନୁଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୮୩ ହଜାର ୩୪୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଲକ୍ଷ ୪୬ ହଜାର ୧୦ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧,୦୮୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୯୦ ହଜାର ୨୦କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୬୮ହଜାର ୩୭୭ ଜଣ ସକ୍ରିୟ ରୋଗୀ ଥିବାବେଳେ ୪୫ ଲକ୍ଷ ୮୭ ହଜାର ୬୧୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews

ମଧ୍ୟ ପ୍ରଦେଶ ପରେ ବିହାର କଂଗ୍ରେସକୁ ଆରଜେଡିର ଝଟକା

mahabharatanews

ଜୀବନସାଥୀ ବାଛିଲେ ୧୧୦୦ ହିନ୍ଦୁ, ମୁସଲମାନ ଯୋଡି

mahabharatanews