ରାଜନୀତି

ଆଜି ୪ଟା ପରିବର୍ତ୍ତେ ୬ଟାରେ ବସିବ ଲୋକସଭା ଅଧିବେଶନ

ନୂଆଦିଲ୍ଲୀ: ଲୋକସଭା ଅଧିବେଶନରେ ପୁଣି ହୋଇଛି ପରିବର୍ତ୍ତନ । ଆଜି ଅଧିବେଶନ ଅପରାହ୍ନ ୪ ଟା ପରିବର୍ତ୍ତେ ସନ୍ଧ୍ୟା ୬ ଟାରେ ବସିବ । ବାଚସ୍ପତି ଓମ ବିର୍ଲା ମଙ୍ଗଳବାର ଦିନ ଗୃହରେ ସମୟ ପରିବର୍ତ୍ତନ ବିଷୟରେ ସଦସ୍ୟମାନଙ୍କୁ ସୂଚନା ଦେଇଛନ୍ତି। କୋଭିଡ ପ୍ରୋଟୋକଲଗୁଡିକ ପାଳନ ଦୃଷ୍ଟିରୁ ଉଭୟ ଲୋକସଭା ଓ ରାଜ୍ୟସଭା ସମୟ ନିର୍ଘଣ୍ଟ ନେଇ ନିଷ୍ପତ୍ତି ନେଉଛନ୍ତି।
ଆଜି ରାଜ୍ୟସଭାର କେତେଜଣ ସଦସ୍ୟ ଅବସର ଗ୍ରହଣ କରୁଥିବାରୁ ସେମାନଙ୍କ ବକ୍ତବ୍ୟ ପ୍ରଦାନ ଅଧିକ ସମୟ ନେବା ସମ୍ଭାବନା ଥିବାରୁ ଲୋକସଭା ଅଧିବେଶନର ସମୟ ପରିବର୍ତ୍ତନ କରାଯାଇଛି। ଗତକାଲି ରାଜ୍ୟସଭା ପରାମର୍ଶଦାତା କମିଟିର ବୈଠକ ପରେ ଅବସର ଗ୍ରହଣ କରୁଥିବା ସଦସ୍ୟ ବକ୍ତବ୍ୟ ପାଇଁ ଏକ ଘଣ୍ଟା ଆବଣ୍ଟନ କରାଯାଇଛି। ସଂସଦର ୧୮ ଦିନିଆ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୪ ରୁ ଆରମ୍ଭ ହୋଇଛି। ଆଜି ଲୋକସଭାରେ ନୂତନ ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

Related posts

ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨

mahabharatanews

ଇତିହାସ ଦେଖିଲେ ଲୋକଙ୍କ ଆସ୍ଥା ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି, ବିଜେଡି ପାର୍ଥିନି ଭଲ ଭୋଟରେ ଜିତିବେ

mahabharatanews

ପିପିଲି ଦାୟିତ୍ୱରେ ଆଉ ୬ ନେତା

mahabharatanews