ଓଡିଶା

ରାଜ୍ୟରେ ଆଉ ୪୨୩୭ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାମ ନେଉ ନାହିଁ । ୨୪ ଘଣ୍ଟାରେ ୪୨୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୨୫୪୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୮୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୭୫୨ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୯୨୫୪୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୮୫୪୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୫୩୨୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯୦୫୭୩୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

Related posts

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

mahabharatanews

ପୁଲିସ ଜିପ୍‌କୁ ମୁହାଁ ମୁହିଁ ଧକ୍କା ଦେଲା ଟ୍ରକ ; ଦୁଇ ଜଣ ପୁଲିସ କର୍ମଚାରୀ ଆହତ

mahabharatanews

କଡ଼ାକଡ଼ି ଟ୍ରାଫିକ ବ୍ୟବସ୍ଥା; ନିୟମ ଭାଙ୍ଗିଲେ ସିଧାସଳଖ କୋର୍ଟଚାଲାଣ

mahabharatanews