ଓଡିଶା

ମାଲକାନଗିରିରେ ସେରୋ ସର୍ଭେ ଆରମ୍ଭ

(ମାଲକାନଗିରି/ମହାଭାରତ): ମାଲକାନଗିରି ଜିଲ୍ଲାରେ ଆଜିଠୁ ସେରୋ ସର୍ଭେ ଆରମ୍ଭ ହୋଇଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏମଆରସି)ର ଏକ ଟିମ ଜିଲ୍ଲାରେ ସେରୋ ସର୍ଭେ ଆରମ୍ଭ କରିଛନ୍ତି । ଆସନ୍ତା ୩ ଦିନ ଯାଏ ଏହା ଚାଲିବ । ଜିଲ୍ଲାରେ କେତେ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ଡେଭଲପ ହୋଇଛି ତାହା ଚେକ କରାଯିବ । ଏଥିପାଇଁ ଏକ ତାଲିକା ପ୍ରସ୍ତୁତ ହୋଇଛି । ବର୍ତ୍ତମାନ ଏହି ସର୍ଭେ ମାଲକାନଗିରିର ସଦର ମହକୁମାରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୫୦୦ ଲୋକଙ୍କ ଠାରେ ଏହି ଟେଷ୍ଟ କରାଯିବ । ଏଥିପାଇଁ ୫ଟି ଟିମ ଗଠନ କରାଯାଇଛି । ପ୍ରତ୍ୟେକ ଦିନ ୫୦୦ ରକ୍ତ ନମୂନା ସଂଗ୍ରହ କରାଯିବ ବୋଲି ମାଲକାନଗିରି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Related posts

ଶ୍ରୀ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଜୀଉଙ୍କ ରାଧା ମାଧବଜୀଉଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

mahabharatanews

୯୬ ନୂତନ ପଜିଟିଭ ଚିହ୍ନଟ ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯

mahabharatanews

ରାତି ପାହିଲେ ପଶ୍ଚିମ ଓଡି଼ଶାର ଗଣପର୍ବ ନୂଆଖାଇ

mahabharatanews