Uncategorized

ପଶ୍ଚିମ ବଙ୍ଗ ସରକାରକୁ କୋଲକାତା ହାଇକୋର୍ଟଙ୍କ ଶକ୍ତ ଧକ୍କା

କୋଲକାତା: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କୋଲକାତା ହାଇକୋର୍ଟଙ୍କ ଶକ୍ତ ଧକ୍କା । ସରକାର ଦୁର୍ଗା ପୂଜା କମିଟିଗୁଡ଼ିକ ପାଇଁ ମଞ୍ଜୁର କରିଥିବା ୫୦ ହଜାର ଟଙ୍କା ପୂଜା ଅନୁଦାନର ୭୫ ପ୍ରତିଶତ କରୋନା ସୁରକ୍ଷା ଉପକରଣ ଓ ବାକି ୨୫ ପ୍ରତିଶତ ଅର୍ଥ ଜନସାଧାରଣ ଏବଂ ପୁଲିସ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟୟ କରିବାକୁ ଶୁକ୍ରବାର ହାଇକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ ଓ ଜଷ୍ଟିସ ଅରିଜିତ ବାନାର୍ଜୀଙ୍କୁ ନେଇ ଗଠିତ ପୀଠ ଦୁର୍ଗାପୂଜା କମିଟିଗୁଡିକୁ ଏହି ନିର୍ଦେଶ ଦେଇଛନ୍ତି। ଏପରିକି ଅନୁଦାନ ରାଶିରେ ପୂଜା ଚିଠା ଜିଲା କର୍ତ୍ତୃପକ୍ଷଙ୍କ ପାଖରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ ମୋଟ ୩୬ ହଜାର ୯୪୬ଟି ଦୁର୍ଗାପୂଜା କମିଟି ରହିଛି। ଦୁର୍ଗାପୂଜା ସମନ୍ବୟ ବୈଠକରେ ମମତା କହିଥିଲେ ଯେ କରୋନା ଯୋଗୁଁ ସମସ୍ତେ ଆର୍ଥିକ ସଂକଟରେ । ଏପରି ସମୟରେ ୫୦, ୦୦୦ ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରିଥିଲା ସରକାର । ଏହାର ପ୍ରତିବାଦରେ ‘ସିଆଇଟିୟୁ’ ନେତା ସୌରଭ ଦତ୍ତ ଅକ୍ଟୋବର ୯ରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

 

Related posts

ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା, ନେତାଙ୍କ ଘରେ ପୋଲିସ

mahabharatanews

କାଶ୍ମୀର ପଣ୍ଡିତ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କଲେ ମୁସଲମାନ

mahabharatanews

କୋରୋନା ସନ୍ଦେହରେ ୨୯ ପର୍ଯ୍ୟଟକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ

mahabharatanews