Uncategorized

କରୋନାରୁ ନିଜକୁ ସୁରକ୍ଷା ଦେଇପାରିନଥିବା ବ୍ୟକ୍ତି ଆମକୁ କି ସୁରକ୍ଷା ଦେବେ

ୱସିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଯେତିକି ପାଖଉଛି ରାଜନୈତିକ ବୟାନବାଜି ସେତିକି ତୀବ୍ର ହେବାରେ ଲାଗିଛି। ଏଥିରେ ସାମିଲ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ ବାରାକ ଓବାମା । ସେ ଟ୍ରମ୍ପଙ୍କୁ ଟାର୍ଗେଟ କରି କହିଛନ୍ତି, ଯିଏ କରୋନାରୁ ନିଜକୁ ରକ୍ଷା କରିବା ପାଇଁ ଅସମର୍ଥ, ସେ ଜନତାଙ୍କୁ କିଭଳି ମହାମାରୀରୁ ସୁରକ୍ଷା ଦେବେ?
ଓବାମା ଆହୁରି କହିଛନ୍ତି ଯେ, ଆମେ ୮ ମାସ ଧରି କରୋନା ସହ ସଂଗ୍ରାମ କରୁଛୁ। ଦେଶରେ ପୁଣି ଥରେ ପରିବର୍ତ୍ତନ ହେଉଛି। ଡୋନାଲ୍ଡ ଟ୍ରମ୍ପ ଏହି ମହାମାରୀରୁ ଆମ ସମସ୍ତଙ୍କୁ ସୁରକ୍ଷା ଦେବାରେ ଅସମର୍ଥ । ସେ ନିଜକୁ ମଧ୍ୟ ଏଥିରୁ ରକ୍ଷା କରିବାରେ ଅସମର୍ଥ ହୋଇଛନ୍ତି। ଏହା ଏକ ରିଏଲିଟି ସୋ ନୁହେଁ, ଏକ ବାସ୍ତବତା।
ଚଳିତଥର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ ଓ ଡେମୋକ୍ରାଟିକ୍ ପାର୍ଟିର ଜୋ ବିଡେନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ନଭେମ୍ବର ୩ରେ ମତଦାନ ପୂର୍ବରୁ ଟ୍ରମ୍ପ୍‌ ଏବଂ ବିଡେନ୍‌ଙ୍କ ମଧ୍ୟରେ ତିନିଟି ବଡ଼ ବିତର୍କ ହେବାକୁ ସ୍ଥିର ହୋଇଥିଲା। ଏହି ବିତର୍କ ମାଧ୍ୟମରେ ଦୁଇ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି। ଗତ ସେପ୍‌ଟେମ୍ବର ୨୯‌ରେ ଓହିଓର କ୍ଲିଭଲ୍ୟାଣ୍ଡର ୱେଷ୍ଟର୍ଣ୍ଣ ରିଜର୍ଭ ୟୁନିଭର୍ସିଟିଠାରେ ଟ୍ରମ୍ପ୍‌ ଏବଂ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ବିତର୍କ ଅନୁଷ୍ଠିତ ହୋଇଥିଲା। ଏହି ବିତର୍କ ପାଖାପାଖି ୯୦ ମିନିଟ୍‌ କାଳ ଧରି ଚାଲିଥିଲା।

 

Related posts

ଲଶ୍କର ସହଯୋଗୀ ଜହୁର ୱାନି ସମେତ ୫ ଗିରଫ

mahabharatanews

ଚାଇନିଜ ଜାହାଜର ୨ କ୍ରୁ ସଦସ୍ୟଠାରେ କୋରୋନା ସନ୍ଦେହ

mahabharatanews

୨୨ରେ ମିଳିବନି ଫାଶୀ ଗୃହ ମନ୍ତ୍ରଣାଳୟରେ ମୁକେଶର ଦୟା ଯାଚିକା

mahabharatanews