ଓଡିଶା

ରୋଗୀ ସ୍ଥାନାନ୍ତର ପାଇଁ ନୟାପଲ୍ଲୀରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର

ଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀରୁ ବିମାନ ବନ୍ଦର ପର୍ଯ୍ୟନ୍ତ ରାସ୍ତାକୁ ଗ୍ରୀନ କରିଡର କରାଯାଇଛି । ଜଣେ ଗୁରୁତର ରୋଗୀଙ୍କ ହାଇଦ୍ରାବାଦ ସ୍ଥାନାନ୍ତର ପାଇଁ ଏହି ବ୍ୟବସ୍ଥା କରାଯାଇଛି ଆଜି । ପୁରୀ ଜିଲ୍ଲାର ଜଣେ ବ୍ୟକ୍ତି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଫୁସଫୁସ ସଂକ୍ରମଣ ହେବାରୁ ସ୍ଥିତି ଗୁରୁତର ହେବା ସହ ତାଙ୍କ ହ୍ରାଇଦ୍ରାବାଦ ନେବାକୁ ପଡିଲା । ଏଥିନେଇ ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ନେବା ନିମନ୍ତେ ଭୁବନେଶ୍ୱରର ନୟାପଲ୍ଲୀରୁ ବିମାନ ବନ୍ଦର ପର୍ୟ୍ୟନ୍ତ ସ୍ୱତନ୍ତ୍ର ଗ୍ରୀନ୍ କରିଡର କରାଯାଇଛି। ବର୍ତ୍ତମାନ ସେ ହସ୍ପିଟାଲରୁ ଆମ୍ବୁଲାନ୍ସ ଯୋଗେ ବାହାରିଛନ୍ତି ବିମାନ ବନ୍ଦର ଅଭିମୁଖେ ।
ଗ୍ରୀନ୍‌ କରିଡର ନିୟମାବଳୀ ଅନୁଯାୟୀ, ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ନେଇ ଯିବା ବାଟରେ ଅନ୍ୟ ଗାଡ଼ି ଚଳାଚଳ ବନ୍ଦ ରହିବ। ଫଳରେ ରୋଗୀଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଯାଇ ପାରିବ। ଭୁବନେଶ୍ୱର ଟ୍ରାଫିକ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗ୍ରୀନ୍ କରିଡର ପ୍ରସ୍ତୁତ କରାଯାଇଛି। ହାଇଦ୍ରାବାଦରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯାଇଛି। ଏହି

 

Related posts

ସାମାଜିକ ଅନୁଷ୍ଠାନ ପଲ୍ଲୀ ବିକାଶ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

mahabharatanews

ସପ୍ତାହେ ପାଇଁ କରୁଆ ପଞ୍ଚାୟତର ୪ ୱାର୍ଡ କଣ୍ଟେନମେଣ୍ଟ ଜୋନ

mahabharatanews

ଅଖିଳ ଉତ୍କଳ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ଗଜପତି ଶାଖାର ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ…

mahabharatanews