Uncategorized

ଗୁଜୁରାଟ ଉପମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ମାଡ

ଗାନ୍ଧୀନଗର: ନଭେମ୍ବର ୩ରେ ଗୁଜୁରାଟରେ ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପ୍ରଚାରରେ ଗୁୁଜୁରାଟ ମୁଖ୍ୟମ଼ନ୍ତ୍ରୀ ନୀତିନ ପଟେଲ ଯାଇଥିବା ବେଳେ ତାଙ୍କୁ ଜୋତା ଫିଙ୍ଗାଯାଇଛି । ସୋମବାର କର୍ଜନରେ ସେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ସମୟରେ କେହି ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲା । ଏହକାୁ ନେଇ ବଡ଼ାଦରା ପୋଲିସ୍ ତଦନ୍ତ ଚଳାଇଛି ।
କର୍ଜନରେ ପଟେଲ ଗଣାମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରୁଥିଲେ । ହଠାତ ତାଙ୍କ ଉପରକୁ ଏକ ଜୋତା ଫିଙ୍ଗା ଯାଇଥିଲା । ଅବଶ୍ୟ ଜୋତା ପଟେଲଙ୍କଠି ବାଜି ନ ଥିଲା । ତାଙ୍କ ମୁହଁ ପାଖ ଦେଇ ତଳେ ପଡିଥିଲା । କିଏ ପକାଇଥିଲା ତାହା ଜଣା ପଡି ନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଜାରି ରଖିଛି ।
ଗୁଜରାଟରେ ୮ ବିଧାନସଭା ଆସନ ପାଇଁ ନଭେମ୍ବର ୩ରେ ଭୋଟ ହେବ। ଯେଉଁଥିପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ସମେତ ବିଜେପିର ତମାମ ବଡ଼ ବଡ଼ ନେତା ନିର୍ବାଚନ ପ୍ରଚାର କରୁଛନ୍ତି।

 

Related posts

ଶୀତୁଆ ପାଗରେ ପ୍ରସ୍ତୁତ କରନ୍ତୁ ଏଗ୍ ବୋଣ୍ଡା

mahabharatanews

କାଶ୍ମୀରରେ ଭୟଙ୍କର ବରଫ ସ୍ଫଳନ, ୩ ଯବାନ ମୃତ, ଦୁଇ ନିଖୋଜ

mahabharatanews

ସାଧ୍ୱୀ ପ୍ରଜ୍ଞାଙ୍କ ଅଭିଯୋଗର ଜବାବ ଦେଲା ସ୍ପାଇସ ଜେଟ୍

mahabharatanews