ଓଡିଶା

 ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ୫ ଟି ସଚିବ ଭି କେ ପାଣ୍ଡିଆନ ଯାଇ ପହଞ୍ଚିଥିଲେ ଲିଙ୍ଗରାଜ ମନ୍ଦିରରେ । ମନ୍ଦିର ପରିଦର୍ଶନ ସହ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । ତାଙ୍କ ସହ ଥିଲେ ପୂର୍ତ୍ତ ବିଭାଗ ସଚିବ କ୍ରିଶନ କୁମାର ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ମନ୍ଦିର ପରିସରରେ ଚାଲିଥିବା ବିଭିନ୍ନ ପ୍ରକାର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ ।


୫ଟି ସଚିବ ପ୍ରୋଜେକ୍ଟ ମ୍ୟାପ ପରୀକ୍ଷା କରିଥିଲେ । ତାଙ୍କ ମ୍ୟାପ ମାଧ୍ୟମରେ କାର୍ଯ୍ୟର ସ୍ଥିତିକୁ ନେଇ ଅବଗତ କରାଯାଇଥିଲା । ଏହା ପରେ ସେ ବିନ୍ଦୁ ସାଗରର ସୌନ୍ଦ୍ରୀୟ କରଣ ଉପରେ ଆଲୋଚନା କରିଥିଲେ । ଲିଙ୍ଗରାଜ ମନ୍ଦିର ଚାରିପାଖ ରାସ୍ତା ସଂପ୍ରସାରଣ ଲାଗି ୮୦ପ୍ରତିଶତ ଜମି ଅଧିଗ୍ରହଣ ସରିଛି । ନଭେମ୍ବର ଶେଷ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ । ମହାଶିବରାତ୍ରି ସୁଦ୍ଧା ରାସ୍ତା ସଂପ୍ରସାରଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସରକାର ଓ ବିଏମ୍‌ସି ତତ୍ୱାବଧାନରେ ଲିଙ୍ଗରାଜ ମନ୍ଦିର ଓ ଚତୁପାର୍ଶ୍ୱରେ ଉନ୍ନତିମୂଳକ କାମ ଜାରି ରହିଛି ।

Related posts

ଜଳପଥରେ ଚେନ୍ନାଇରୁ ଘରକୁ ଫେରିଲେ ଗଞ୍ଜାମର ୩୩ ଶ୍ରମିକ

mahabharatanews

ଟ୍ରକ୍ ତଳେ ଚାପି ହୋଇ ବାଇକ୍ ଆରୋହୀ ମୃତ

mahabharatanews

ସ୍ୱର୍ଗଦ୍ୱାରକୁ ଶବ ନେଇ ଆସିଥିଲେ, ନିଜେ ଶବ ପାଲଟିଗଲେ…

mahabharatanews