Uncategorized

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ମୃତ

ବଡୋଦରା: ଗୁଜୁରାଟର ବଡୋଦରା ବାଘୋଡିଆ କ୍ରସିଂ ରାଜପଥରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାବାଗଡ଼ ଦର୍ଶନ ପାଇଁ ଯାଉଥିବା ବେଳେ କପୁରାଇରୁ ଅହମଦାବାଦର ବାଘୋଡିଆ କ୍ରସିଂ ରାଜପଥରେ ଭୋର ୩ଟା ବେଳେ ଏକ ଟେମ୍ପୋ ଓ ଡମ୍ପର ଧକ୍କା ହୋଇଛି । ୧୦ ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ୫ ମହିଳା, ରହିଛନ୍ତି । ।
ବଡୋଦରା ଜିଲ୍ଲା ଅଧିକାରୀ ଶାଳିନୀ ଅଗ୍ରୱାଲ ମଧ୍ୟ ସକାଳୁ ସକାଳୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ସୁରଟରୁ ପାବାଗଡ଼ ଯାଉଥିବା ଏକ ଟ୍ରକ ସକାଳୁ ବଡୋଦରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି। ଆହତଙ୍କୁ ଅଗ୍ନିଶମ ସହାୟତାରେ ଉଦ୍ଧାର କରାଯାଇଛି । ବଡୋଦରା ପୋଲିସ ଆୟୁକ୍ତ ଆର.ବି ବ୍ରହ୍ମାଭଟ୍ଟ କହିଛନ୍ତି ଯେ, ଦୁର୍ଘଟଣାରେ ପାଞ୍ଚ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମିନି ଟ୍ରକରେ ପାଖାପାଖି ୨୫ ଜଣ ବସିଥିଲେ। ମୃତକ ୧୦ ଜଣ ସୁରଟ ବରଚା ଅଞ୍ଚଳର।
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କ ଚିକିତ୍ସାରେ କୌଣସି କମି ଯେପରି ନ ରୁହେ ସେ ଲାଗି ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

Related posts

ହରିଣାୟା ଦଙ୍ଗା; ଗିରଫ ହେଲେ ଅଭିଯୁକ୍ତ ବିଟ୍ଟୁ ବଜରଙ୍ଗୀ

mahabharatanews

ଏପ୍ରିଲ ୧୪ରେ ସରିବ, ମେ ୧୫ରେ ଫେରିପାରେ ଲକ୍‌ ଡାଉନ୍‌!

mahabharatanews

ତୈଳବାହୀ ଜାହାଜରେ ନିଆଁ, ୨ ଭାରତୀୟ ନାବିକ ମୃତ

mahabharatanews