ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହେବାକୁ ଯାଉଥିବା ସ୍କୁଲ ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି, ୧୪ ହଜାର ନୁହେଁ ୭୭୭୨ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି । ତେବେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ସରକ।ର ଏପରି ପଦକ୍ଷେପ ନେଉଛନ୍ତି । ଗତକାଲି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଆହୁତ ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଗୃହରେ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗକୁ କଂଗ୍ରେସ ବିରୋଧ କରିଛି । ଦୁର୍ଗମ ନଦୀ ପାହାଡ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ଼ ଡେଇଁ ପିଲାଙ୍କୁ ସ୍କୁଲ ଯିବାକୁ ହେବ। ଫଳରେ ଡ୍ରପ ଆଉଟ ସଂଖ୍ୟା ବଢିବ । ଏହି ସରକାର ଆମ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରିବାକୁ ଯୋଜନା କରୁଥିବା ଅଭିଯୋଗ ସହ ଏହି ନିଷ୍ପତ୍ତିରୁ ନ ଓହରିଲେ ଆନ୍ଦୋଳନକୁ ଓହରିବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ।
