ଓଡିଶା

ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଡିଏମଙ୍କୁ କାରଣ କଲେ ଝିଅ

ଝାରସୁଗଡା: ଝାରସୁଗୁଡା ବନ ଉନ୍ନୟନ ନିଗମର ସବ-ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ମୃତ୍ୟୁ ପରେ ଡିଏମଙ୍କ ନାମରେ ସାଂଘାତିକ ଅଭିଯୋଗ। ପାଲଙ୍କ ଝିଅ ଡିଭିଜିନାଲ ମ୍ୟାନେଜର (ଡିଏମ୍‌)ଙ୍କ ନାମରେ ଆଣିଛନ୍ତି ଅଭିଯୋଗ । ଡିଏମଙ୍କ ମାତ୍ରାଧିକ ନିର୍ୟାତନା ତାଙ୍କ ପିତାଙ୍କ ମୃତ୍ୟୁର କାରଣ ବୋଲି ଅଭିଯୋଗ କରିଛନ୍ତି ପାଲଙ୍କ ଝିଅ ତନୁଜା ।
ତନୁଜା ତାଙ୍କ ଅଭିଯୋଗରେ କହିଛନ୍ତି ବାସୁଦେବଙ୍କୁ ଦୀର୍ଘ ଏକ ବର୍ଷ ହେବ ଡିଏମ ଅମୀୟ ପଟ୍ଟନାୟକ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ସର୍ବସମ୍ମୁଖରେ ତାଙ୍କୁ ଅପମାନିତ କରୁଥିଲେ । କଥା ନ ଥାଇ ଗାଳି ଗୁଲଜ କରୁଥିଲେ । ଏପରି କି ତାଙ୍କୁ ବାରମ୍ବାର ବଦଳି ଧମକ ଦେଉଥିବା ବାସୁଦେବ ଘରେ କହୁଥିଲେ । ତେବେ ସୋମବାର ରାତି ୧୨ଟାରେ ଘରକୁ ଫେରିଥିଲେ ଓ ମଙ୍ଗଳବାର ୪ଟାରୁ ଉଠି ଘର କାମ ସାରି ୧୦ଟାରେ ସବୁ ଦିନ ପରି ଅଫିସ ଯାଇଥିଲେ । ଅଫିସରୁ ଡିଏମ ତାଙ୍କୁ ତାଙ୍କ ବାସଭବନକୁ ଡାକି ଥିଲେ ଓ ସେଠାରେ ତାଙ୍କୁ ପ୍ରବଳ ଗାଳିଗୁଲଜ କରିଥିଲେ । ଡିଏମ ଗାଳି କରୁଥିବା ବେଳେ ହଠାତ୍ ବାସୁଦେବ ସେଠାରେ ଅଚେତ ହୋଇ ତଳେ ପଡିଯାଇଥିଲେ । ସହକର୍ମୀମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଡିଏମଙ୍କ ମାନସିକ ନିର୍ଯାତନା ସହ ନ ପାରି ତାଙ୍କ ମୃତ୍ୟୁ ହୋଇଥିବା ତନୁଜା ଅଭିଯୋଗ କରିଛନ୍ତି
ବାସୁଦେବଙ୍କ ମୃତ୍ୟୁକୁ ୨୦ ଘଣ୍ଟା ଅତିବାହିତ ହୋଇଯାଇଥିଲେ ମଧ୍ୟ ତନୁଜା ଓ ପରିବାର ଲୋକେ ଶବ ବ୍ୟବଚ୍ଛେଦ ହେବାକୁ ଦେଉ ନାହାନ୍ତି । ଯେପର୍ଯ୍ୟନ୍ତ ଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି, ଯେପର୍ଯ୍ୟନ୍ତ କୌଣସି ଉପରିସ୍ଥ ଅଧିକାରୀ ଆସି ନାହାନ୍ତି ଶବ ବ୍ୟବଚ୍ଛେଦ ହେବ ନାହିଁ ବୋଲି ଅଡି ବସିଛନ୍ତି ତନୁଜା ।

SR

Related posts

ପାର୍ବଣ ଋତୁ ପୂର୍ବରୁ କମିଲା ସୁନା ଦର 

mahabharatanews

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ନାଁ ନ ନେଇ ନବୀନ-ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ତେର୍ଚ୍ଛାବାଣ

mahabharatanews