ଓଡିଶା

ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ପାରଳା ସହରରେ ସଚେତନତା କାର୍ଯ୍ୟକ୍ରମ

ଗଜପତି : ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା କାର୍ୟ୍ୟକାରୀଣୀ ସଭାପତି ତନୁଜା ଶତପଥୀଙ୍କ ସହଯୋଗରେ ନୂଆ ବସଷ୍ଟେଣ୍ଡ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜନସାଧାରଣ ଙ୍କୁ ସଚେତନତା କରିବା ସହ ପ୍ରଚାର ପତ୍ର ବଣ୍ଟନ କରିଥିଲେ। ଖାଉଟି ଅଧିକାର ସୁରକ୍ଷା କମିଟି ପକ୍ଷରୁ ତିନି ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନ କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା କାର୍ଯ୍ୟକାରଣୀ ସଭାପତି ତନୁଜା ଶତପଥୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
୧.ଖାଉଟି ମାନଙ୍କୁ ଖାଦ୍ୟ ନିରାପତ୍ତା ଯୋଗାଇବା ।
୨.ଖାଉଟି ମାନଙ୍କୁ ଦିଆଯାଉଥିବା ଇନ୍ଧନ ଗ୍ୟାସ ସମ୍ପର୍କରେ ସଚେତନତା ଓ ସିଲେଣ୍ଡର ପିଛା ୨୦ଟଙ୍କାକୁ ରୋକିବା।
୩. ବିଦୁତ୍ ସ୍ମାର୍ଟ ମିଟର ଓ ବିଲ ପ୍ରତି ଉଚିତ୍ ସେବା।
ଏ ସମ୍ପର୍କରେ ପ୍ରଶାସନକୁ ଦାବିପତ୍ର ଦିଆଯିବ। ଏହି କାର୍ୟ୍ୟକ୍ରମରେ ପୌର ପରିଷଦ ସଭାପତି ଭାଗବତ ପାଢ଼ୀ, ହରିମୋହନ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ରୋକମ୍ ଲୋକନାଥ,କେ.ବାଳକୃଷ୍ଣ ପି. ତ୍ରିନାଥ, ଜିଲ୍ଲା ଯୁଗ୍ମ ସମ୍ପାଦକ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନତା କରିବା ସହ ଲିପ୍ ଲେଟ ବଣ୍ଟନ କରିଥିଲେ । ଏହି କାର୍ୟ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Related posts

Big Update : ୩ୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡି କର୍ମୀ ପାଇବେ “ସୁଭଦ୍ରା”

mahabharatanews

ପାଇକ ସ୍ମାରକୀକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

mahabharatanews

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଅନୁମୋଦିତ ଟଙ୍କା ହରିଲୁଟ ଅଭିଯୋଗ

mahabharatanews