(ରଜନୀକାନ୍ତ ପାତ୍ର / ଗଞ୍ଜାମ): ହିଞ୍ଜିଳି ଥାନା ଅଧୀନ ରାଳବ ଗ୍ରାମ ତୋଟା ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଧବାର ବିଳମ୍ବିତ ରାତିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି କୁସିଆଙ୍କ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିବା ସହ ୨ ଟି ବାଇକ ପୋଡ଼ିଯାଇଛି । ଖବର ପାଇ ହିଞ୍ଜିଳି ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୃତ କାରଣ ବର୍ତମାନ ସୁଦ୍ଧା ଜଣାପଡିନାହିଁ କ୍ଷ କେହି ଦୁବୃର୍ତ୍ତ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଥାଇ ପାରେ ବୋଲି ଅନୁମାନ କରାଯାଉଛି ।