Uncategorized

ଶ୍ରୀନଗର ସ୍ଥିତ ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ

ଶ୍ରୀନଗର: ଆଜି ଜମ୍ମୁର ରାଜଧାନୀ ଶ୍ରୀନଗରରେ ଥିବା ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ଆକ୍ରମଣ । ଆତଙ୍କବାଦୀ ଶ୍ରୀନଗରର ନୋରବାଗ ଅଞ୍ଚଳରେ ଥିବା ସିଆରପିଏଫ୍ କ୍ୟାମ୍ପ ଗ୍ରେନେଡ ଆକ୍ରମଣ କରିଛନ୍ତି । ତେବେ ଏହି ଆକ୍ରମଣରେ କୌଣସି ସେନା କର୍ମଚାରୀଙ୍କ କିଛି କ୍ଷତି ହୋଇ ନାହିଁ । ଆକ୍ରମଣ ପରେ ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।
ଜଣେ ପୁଲିସ ଅଧିକାରୀ ଅନୁଯାୟୀ, ଆତଙ୍କବାଦୀମାନେ ଶୁକ୍ରବାର ସକାଳ ୬ଟା ୪୦ ସମୟରେ ଆତଙ୍କବାଦୀ କ୍ୟାମ୍ପ ଉପରକୁ ଗ୍ରେନେଡ ମାଡ କରିଥିଲେ। ସୌଭାଗ୍ୟକୁ କମ୍ପା ବାହାରେ ଗ୍ରେନେଡ ପଡି ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣରେ ଯବାନଙ୍କର କୌଣସି କ୍ଷତି ହୋଇ ନ ଥିବା ବେଳେ ଗୋଟିଏ କୁକୁରର ମୃତ୍ୟୁ ହୋଇଛି । ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାବଳ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

SR

 

Related posts

ଆଲାସ୍କାରେ ଭୂକମ୍ପ ପ୍ରଭାବରେ ସୁନାମି ସତର୍କତା ଜାରି

mahabharatanews

ଫାଶୀ ବିଳମ୍ବ ପାଇଁ ଦିଲ୍ଲୀ ସରକାର ଦାୟୀ: ଜାଭଡେକର

mahabharatanews

ନେତାଜୀଙ୍କ ଜନ୍ମ ଦିନକୁ ପରାକ୍ରମ ଦିବସ ରୂପେ ପାଳନ କରିବାକୁ କେନ୍ଦ୍ରର ନିଷ୍ପତ୍ତି

mahabharatanews