ଓଡିଶା

ଯଦୁପୁର ପୋଖରି ଶୁଖାଇବ ଏସଆଇଟି

ନୟାଗଡ: ପରୀ ହତ୍ୟାର ଜଟିଳ ଗଣ୍ଠି ଖୋଲିବାକୁ ଏସଆଇଟି ପରୀର ଗାଁ ଯଦୁପୁରର ପୋଖରି ଶୁଖାଇବାକୁ ନେଇ ସୂଚନା ମିଳୁଛି । ଯେଉଁ ପୋଖରି ନିକଟରୁ ପରୀର ହାଡ ମିଳିଥିଲା, ସେହି ପୋଖରିକୁ ଏସଆଇଟି ଶୁଖାଇ ପ୍ରମାଣ ଖୋଜିବ ବୋଲି ଯଦୁପୁର ଗାଁରେ ଚର୍ଚ୍ଚା ହେଉଛି । ଏସଆଇଟି ନିକଟରୁ ଏପରି କୌଣସି ସୂଚନା ଦିଆଯାଇ ନ ଥିବା ବେଳେ କିନ୍ତୁ ପୋଖରୀ ନିକଟରେ ଏସଆଇଟି ଟିମର ପୋଖରି ଶୁଖାଇବାକୁ ନେଇ ଆଲୋଚନା ଆଧାରରେ ଗ୍ରାମରେ ଚର୍ଚ୍ଚା ହେଉଛି । ପରୀ ହତ୍ୟାକୁ ୫ ମାସ ବିତି ଯାଇଥିଲେ ମଧ୍ୟ ଏଯାଏଁ ଏସଆଇଟି ହାତରେ କୌଣସି ତଥ୍ୟ ପ୍ରମାଣ ମିଳିନାହିଁ । ଯେହେତୁ ପୋଖରି ହୁଡାରୁ ପରୀର ହାଡ ଏକ ଅଖାରେ ବନ୍ଧାଯାଇ ମିଳିଥିଲା ତେଣୁ ପୋଖରିରୁ ପ୍ରମାଣ ମିଳିବ ବୋଲି ଏସଆଇଟି ହୁଏତ ଅନୁମାନ କରି ପୋଖରି ଶୁଖାଇବାକୁ ଯାଉଥିବା ଲୋକେ ଚର୍ଚ୍ଚା କରୁଛନ୍ତି ।

ପରୀ ହତ୍ୟା ମାମଲାରେ ଏସଆଇଟି ଶନିବାର ଦିନ ଗାଁର ସରୋଜ ସେଠୀକୁ ଉଠାଇ ନେଇଥିଲା । ଗତକାଲି ଏସଆଇଟି ପକ୍ଷରୁ ଏକ ପ୍ରେସ ରିଲିଜରେ ଗିରଫଦାରିକୁ ନେଇ ସୂଚନା ଦିଆଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ନାଁ ଦର୍ଶାଯାଇ ନ ଥିଲା। ଯେହେତୁ ସରୋଜକୁ ଏସଆଇଟି ନେଇଛି, ତେଣୁ ତାକୁ ଗିରଫ କରାଯାଇଥିବା ଆଲୋଚନା ହେଉଛି । ଅପରପକ୍ଷରେ ଆଜି ଏସଆଇଟିର ଦୁଇ ଅଧିକାରୀ ଯଦୁପୁର ଗାଁକୁ ଯାଇ ଗ୍ରାମ ସଭାପତି ଜୟକୃଷ୍ଣ ପରିଡାଙ୍କ ସହ ଆଲୋଚନା କରିଛି । ଏସଆଇଟି ଅଭିଯୁକ୍ତକୁ ଗିରଫ କରିଥିବା ନେଇ ସଭାପତି ପ୍ରମାଣ ମାଗିବାରୁ ଏସଆଇଟି ଅଧିକାରୀ ପ୍ରମାଣ ପାଇଁ ୨୪ ତାରିଖ ପର୍ଯ୍ୟନ୍ତ ସମୟ ମାଗିଛି ।

Related posts

ଦୁର୍ଘଟଣାରେ ଠିକାଦାର ସଂଘ ସଂପାଦକ ଓ ସାଥିଙ୍କ ମୃତ୍ୟୁ

mahabharatanews

ଆଜି ସୂର୍ଯ୍ୟକିରଣ ଏୟାରସୋ ; ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

mahabharatanews

ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି; ସ୍ୱାସ୍ଥ୍ୟ ବିଭାଗ

mahabharatanews