ଅପରାଧ

ପ୍ରେମିକାର ଖୁସି ପାଇଁ ଲୁଟ କଲେ ପ୍ରେମିକ

ନୂଆଦିଲ୍ଲୀ: ପ୍ରେମିକାକୁ ଖୁସି କରିବା ପାଇଁ ଲୁଟ କଲେ ପ୍ରେମିକ । ନିଜର ମାଲିକଙ୍କ ଟଙ୍କା ଓ ଗାଡି ନେଇ ଫେରାର ହୋଇଥିବା ଖବର ମିଳିଛି । ସାଧାରଣତ ଦେଖିଥିବେ ଚଳଚିତ୍ରରେ ପ୍ରେମିକାକୁ ଖୁସି କରିବାକୁ ପ୍ରେମିକ କିଛି ବି ଦୁଃସାହସିକ ପଦକ୍ଷ ନେଇଥାଏ । କିନ୍ତୁ ବାସ୍ତବ ଜୀବନରେ ଯୁବକ ଜଣକ ନିଜର ମାଲିକଙ୍କ ୪୪ ଲକ୍ଷ ଟଙ୍କା ଓ ବୋଲେରୋ ଗାଡି ନେଇ ଫେରାର ହୋଇଯାଇଛି । ପ୍ରେମିକା ପାଇଁ ଯୁବକ ତାର ମାଲିକଙ୍କୁ ଧୋକା ଦେଇଛି । ଅଭିଯୋଗକାରୀଙ୍କ ଦିଲ୍ଲୀର ବୱାନାରେ ଏକ କାରଖାନା ରହିଛି । ଅମିତ  ନାମରେ ଜଣେ ବ୍ୟକ୍ତି ଏହି କାରଖାନାରେ କାମ କରନ୍ତି । ଡିସେମ୍ବର ୧୭ରେ କାରଖାନାର ମାଲିକ ଅମିତଙ୍କୁ ବ୍ୟାଙ୍କରେ ଜମା କରିବା ଲାଗି ୪୪ ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଅମିତ ୪୪ ଲକ୍ଷ ଟଙ୍କା ଜମା କରିବା ବଦଳରେ ଫେରାର ହୋଇଯାଇଥିଲା । ଏଥି ସହିତ କାରଖାନା ମାଲିକଙ୍କ କାର ନେଇ ଯାଇଥିଲା । ପରେ କାରଖାନା ମାଲିକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ହାତରେ ଅମିତ ଗିରଫ ହୋଇଛି । ପୋଲିସ ଅମିତ ଠାରୁ ୪୪ ଲକ୍ଷରୁ ୩୬ ଲକ୍ଷ ଟଙ୍କା ଜବତ କରିଛି । ଏଥି ସହିତ ବୋଲେରୋ ମଧ୍ୟ ଜବତ ହୋଇଛି ।

Related posts

ପୋଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତି ଘଟଣାର ତଦନ୍ତ ପାଇଁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ସିବିଆଇଟିମ୍‌

mahabharatanews

ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଅଭିଯୁ୍କ୍ତ ଗିରଫ

mahabharatanews

ମତେ ମୋ ସ୍ତ୍ରୀଠାରୁ ତ୍ରାହି ଦଅ – ସ୍ୱାମୀ

mahabharatanews