ଓଡିଶା

ମହିଳାଙ୍କ କାନ୍ଧରେ ପ୍ରସୂତିଙ୍କ ଜୀବନ

ଜୟପୁର: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍‌ ବିଜାଘାଟି ପଞ୍ଚାୟତ ତଳଗଡ଼ତି ଗାଁରେ ୪ କିଲୋମିଟର ରାସ୍ତା ପ୍ରସୂତୀଙ୍କୁ କାନ୍ଧରେ ବୋହି ଚାଲିଲେ ମହିଳା । ସରକାରଙ୍କ ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ଅଧବାଟରେ ଆମ୍ବୁଲାନ୍ସ ଅଟକି ଗଲା । କାରଣ ଆମ୍ବୁଲାନ୍ସ ଯିବାକୁ ନଥିଲା ରାସ୍ତା । ପ୍ରସୂତିଙ୍କ ଘରଠାରୁ ୪ କିମି ଦୂରରେ ଠିଆହୋଇ ରହିଲା ଆମ୍ବୁଲାନ୍ସ । ତେବେ ପ୍ରସୂତିଙ୍କ ଯନ୍ତ୍ରଣା ଅସହ୍ୟ ହେଉଥିଲା । ପ୍ରସୂତିଙ୍କ ଯନ୍ତ୍ରଣା ସହ୍ୟ କରି ପାରିନ ଥିଲେ ଗାଁର ମହିଳାମାନେ । ସଙ୍ଗେ ସଙ୍ଗେ ଖଟିଆକୁ ମହିଳାମାନେ କାନେ୍ଧଇ ଆଗେଇ ଚାଲିଲେ । ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖାଲଖମା, ବଣ, ଜଙ୍ଗଲ ଓ ପାହାଡିଆ ରାସ୍ତାରେ ପ୍ରସୂତିଙ୍କୁ କାନେ୍ଧଇ ନେଇ ଆମ୍ବୁଲାନ୍ସ ନିକଟରେ ଯାଇ ପହଞ୍ଚି ଯାଇଥିଲେ । ଏହା ପରେ ଆମ୍ବୁଲାନ୍ସ ପ୍ରସୂତିଙ୍କୁ ମାଥଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲା ।

 

Related posts

ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ”,ଓଡ଼ିଶା ପକ୍ଷରୁ ବରୀ ରେ ବିଶୋଧନ କାର୍ଯ୍ୟ

mahabharatanews

୭୦ ଲକ୍ଷ ଟଙ୍କା ନେଇ ମହିଳା ଫେରାର

mahabharatanews

ରାଜ୍ୟରେ ଆଉ ୮ ମୁଣ୍ଡ ନେଲା କରୋନା

mahabharatanews