Uncategorized

ଶ୍ମଶାନ ଗୃହ ଭୁଶୁଡା ମାମଲା: ୩ ଜଣ ଗିରଫ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ସ୍ଥିତ ମୁରାଦନଗର ଶ୍ମସାନ ଘାଟ ନିକଟ ଏକ ଘରର ଛାତ ଭୁଶୁଡି ମୃତ୍ୟୁବରଣ କରିଥିବା ୨୫ ଜଣ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ସୋମବାର ଇଓ ନିହାରିକା, ସୁପରଭାଇଜର ଆଶିଷ ଏବଂ ଜେ ଚନ୍ଦ୍ରପାଲଙ୍କୁ ଗିରଫ କରାଯାଇଛି। ରବିବାର ଜଣେ ବ୍ୟକ୍ତିଙ୍କ ଶବଦାହ ବେଳେ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବାକୁ ମୃତକଙ୍କ ସମ୍ପର୍କୀୟମାନେ ଶ୍ମସାନରେ ଥିବା ଘରେ ଆଶ୍ରୟ ନେଇଥିଲେ। କିନ୍ତୁ ପ୍ରବଳ ବର୍ଷାରେ ଘରର ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା ଓ କିଛି ଲୋକ ଆହତ ହୋଇଥିଲେ ।
ସୂଚନା ପାଇ ଏନଡିଆରଏଫ ଟିମ୍ ସେଠାରୁ ଛାତ ତଳୁ ସମସ୍ତଙ୍କୁ ଉଦ୍ଧାର କରିଥିଲା । ତେବେ ଏଥିରେ ୨୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସେହିପରି ଆହତଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଥିଲେ । ସୋମବାର ପୌରପାଳିକାର ଇଓ ନିହାରିକା ସିଂ ସୁପରଭାଇଜର ଆଶିଷ, ଜେ ଚନ୍ଦ୍ରପାଲ ଏବଂ କଣ୍ଟ୍ରାକ୍ଟର ଅଜୟ ତ୍ୟାଗିଙ୍କୁ ବିରୋଧରେ ମାମଲା ରୁଜୁ କରାଯାଇଛି । ଶ୍ମସାନର ଗୃହ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି।

Related posts

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

mahabharatanews

ଅନର୍ଗଳ ଇଂଲିଶ କହି ଚର୍ଚ୍ଚାରେ ହରିୟାଣାର ବୃଦ୍ଧ

mahabharatanews

କଏଦୀଙ୍କ ମତଦାନ ଅଧିକାରକୁ ନେଇ ଆବେଦନ ଦିଲ୍ଲୀ ହାଇକୋର୍ଟରେ ଖାରଜ

mahabharatanews