ଓଡିଶା

୩ ଦିନ ଜାରି ରହିବା ଘନ କୁହୁଡି: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟ ସାରା ଶୀତର ଲହରୀ ସହ ଘନ କୁହୁଡି ଦେଖିବାକୁ ମିଳୁଛି । ଏହି ସ୍ଥିତି ଆହୁରି ୩ ଦିନ ଜାରି ରହିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ୧୬ଟି ଜିଲ୍ଲାରେ କୁହୁଡିର ପ୍ରଭାବ ଦେଖିବାକୁ ମିଳିବ । କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ଜଗତସିଂହପୁର ଓ ଭଦ୍ରକରେ କୁହୁଡିର ଘନତାକୁ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସ୍ଥିତି ବୁଧବାର ଯାଏ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
ସାରା ରାଜ୍ୟ ଶୀତର ଲହରୀ ଜାରି ରହିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରିଣ ଜିଲ୍ଲାରେ ଅଧିକ ଶୀତ ଅନୁଭୂତ ହେଉଛି। ଘନ କୁହୁଡ଼ି ଯୋଗୁ ସାଧାରଣ ଲୋକଙ୍କ ଯାତାୟତ ତଥା ଜୀବନ ଯାତ୍ରାରେ ବାଧା ଉପୁଜୁଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ସବୁ ଜିଲ୍ଲାପାଳ ଓ ଜିଲ୍ଲା ଏସ୍‌ପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଗୁରୁଚାପ ବଳୟ କାରଣରୁ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ଆଗାମୀ ୩ ଦିନ ଯାଏ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି।

 

Related posts

ସଟଡାଉନ ସମୟରେ ପୋଲିସ ଉପରକୁ ଢେଲାମାଡ

mahabharatanews

ଆଜି ପବିତ୍ର ହନୁମାନ ଜୟନ୍ତୀ

mahabharatanews

ସାଇବର ଠକେଇ: ବ୍ୟାଙ୍କ ଆକାଉଣ୍ଟରୁ ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କା

mahabharatanews