Uncategorized

କୋଭିସିଲ୍ଡକୁ ପ୍ରଥମ ପର୍ଯ୍ୟାୟରେ ବ୍ୟାକ୍‌ଅପ୍‌ ଭାବେ ବ୍ୟବହାର ହେବ: ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ଭାରତରେ ଦୁଇଟି କରୋନା ଟୀକାକୁ ଅନୁମତି ମିଳିଛି । ତେବେ ଏହି ଅନୁମତି ପରେ ଦେଖାଦେଇଥିବା ବିବାଦ ଦୂର କରିବାକୁ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ସ୍ପଷ୍ଟିକରଣ ଦେଇଛନ୍ତି। ରବିବାର ଗୁଲେରିଆ କହିଛନ୍ତି, ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ କରୋନା ଟୀକା କୋଭିସିଲ୍ଡକୁ ପ୍ରଥମ ପର୍ଯ୍ୟାୟରେ ବ୍ୟାକ୍‌ଅପ୍‌ ଭାବେ ବ୍ୟବହାର କରାଯିବ। ବ୍ରିଟେନରେ ଦେଖାଯାଇଥିବା ନୂଆ ଷ୍ଟ୍ରେନର ସଂକ୍ରମଣ ବୃଦ୍ଧି ପାଇଲେ କୋଭାକ୍ସିନ୍‌କୁ ବ୍ୟାକ୍‌ଅପ୍‌ ଭାବେ ବ୍ୟବହାର କରାଯିବ। ତେବେ ଡ୍ରଗ୍ସ କେକଣ୍ଟ୍ରାଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) କୋଭିସିଲ୍ଡ ଓ କୋଭାକ୍ସିନ୍‌କୁ ଜରୁରୀ ବ୍ୟବହାର ନିମନ୍ତେ ଅନୁମତି ଦେଇଛନ୍ତି।
ହାଇଦରବାଦାସ୍ଥିତ ଭାରତ ବାୟୋଟେକ୍‌ ଓ ଭାରତୀୟ ଭେଷଜ ବିଜ୍ଞାନ ପରିଷଦ (ଆଇସିଏମ୍‌ଆର) ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଶେଷ ହୋଇନାହିଁ । ମାନବ ପରୀକ୍ଷଣ ପୂର୍ବରୁ ଟୀକାକୁ ଅନୁମତି ଦିଆଯିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। କଂଗ୍ରେସ ଓ ବାମ ଦଳଗୁଡିକ କୋଭାକ୍ସିନ୍‌ ଟିକାକୁ ନେଇ ଆପତ୍ତି ଉଠାଇଛନ୍ତି । ଡାକ୍ତର ଗୁଲେରିଆ କହିଛନ୍ତି କୋଭାକ୍ସିନ୍ ଟୀକାର କୌଣସି ବ୍ୟକ୍ତି ଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ବ୍ରିଟେନ ଭାରିଏଣ୍ଟ ଭୂତାଣୁର ସଂକ୍ରମଣ ବୃଦ୍ଧି ପାଇଲେ ଏହାକୁ ନିୟନ୍ତ୍ରଣ ପାଇଁ କୋଭାକ୍ସିନ୍‌କୁ ଅଧିଗ୍ରହଣ କରାଯିବ।
ନଭେମ୍ବରରେ କୋଭାକ୍ସିନ୍ ଟିକାର ତୃତୀୟ ପର୍ୟ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା। ପ୍ରାୟ ୨୬ହଜାର ଲୋକଙ୍କୁ ନେଇ ଏହି ପରୀକ୍ଷା କରାଯିବାକୁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଥିଲା। ମାତ୍ର ଏହି ପରୀକ୍ଷା ଶେଷ ହୋଇନାହିଁ। ଏହି ଟିକାର ପ୍ରଥମ ଓ ଦ୍ବିତୀୟ ପର୍ୟ୍ୟାୟ ପରୀକ୍ଷାରେ ୧୦୦୦ ଲୋକଙ୍କୁ ସାମିଲ କରାଯାଇଥିଲା।

 

Related posts

ନବରଙ୍ଗପୁରକୁ ଗଲେ ମୁଖ୍ୟମନ୍ତ୍ରୀଙ୍କ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଅଧିନରେ ଡାକ୍ତରଙ୍କ ଟିମ୍

mahabharatanews

ଜଳିଗଲା ତୀର୍ଥଯାତ୍ରୀ ବସ, ୧୫ ଆହତ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ଚକଲେଟ

mahabharatanews