ରାଜନୀତି

ଅପରାଜିତା ଷଡଙ୍ଗୀଙ୍କୁ ଚିନ୍ମୟ ସାହୁଙ୍କ ଜବାବ

ଭୁବନେଶ୍ୱର/ ଆଦର୍ଶ ରାଉତ: ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କ ହତ୍ୟାକୁ ନେଇ ରାଜନୀତି ସରଗରମ । ଏହି ହତ୍ୟାକୁ ନେଇ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା କହିଥିଲେ । ଏହାର ଉତ୍ତରରେ ଆଜି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ଜବାବ ରଖିଛନ୍ତି । ଏନସିଆରବି ତଥ୍ୟ ରଖି ତଦନ୍ତ ଶେଷ ହେବା ଯାଏ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ରାଜନୈତିକ ହିଂସା ପ୍ରତି ଓଡ଼ିଶା ସରକାରଙ୍କର ଜିରୋ ସହନଶୀଳତା ରହିଛି। ଅନ୍ୟ ବିଜେପି ଶାସିତ ରାଜ୍ୟରେ ଓ ଅନ୍ୟ ରାଜ୍ୟରେ ରାଜନୈତିକ ହିଂସା ଅଧିକ ଥିବାରୁ ଅନ୍ୟ ଦଳମାନେ ଓଡିଶା ସରକାରଙ୍କୁ ସମାଲୋଚନା କରିବା ଉଚିତ୍ ନୁହେଁ ବୋଲି ଚିନ୍ମୟ କହିଛନ୍ତି।
ସାହୁ ଏନସିଆରବିର ରିପୋର୍ଟ ଦେଇ କହିଛନ୍ତି, ୨୦୧୯ରେ ଓଡିଶା ଗୋଟିଏ ବି ରାଜନୈତିକ ହତ୍ୟା ହୋଇ ନାହିଁ। ପଶ୍ଚିମବଙ୍ଗରେ ୧୨ ଟି ରାଜନୈତିକ ହତ୍ୟା ରିପୋର୍ଟ ହୋଇଥିବା ବେଳେ ବିହାର ଏବଂ ଝାଡଖଣ୍ଡରେ ୬ ଟି ଲେଖାଏଁ ରାଜନୈତିକ ହତ୍ୟା ହୋଇଛି। ୨୦୧୯ରେ ରେ କର୍ଣ୍ଣାଟକ ଏବଂ ପଞ୍ଜାବ ୪ ଟି ରାଜନୈତିକ ହତ୍ୟା ରିପୋର୍ଟ ହୋଇଛି। ମହାଙ୍ଗା ଡବଲ ହତ୍ୟା ମାମଲାରେ ସାହୁ କହିଛନ୍ତି, ଏସପି ବି ଜୁଗାଲ କିଶୋର କହିଛନ୍ତି ଯେ କାହାକୁ ଛଡ଼ାଯିବ ନାହିଁ ଏବଂ ଖୁବ୍ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ହତ୍ୟା ପଛରେ ପ୍ରକୃତ କାରଣ ଜାଣିବା ପାଇଁ ଅନୁସନ୍ଧାନ ଶେଷ କରିବାକୁ ଦିଆଯାଉ। ବିଜେଡି କୌଣସି ପ୍ରକାରର ରାଜନୈତିକ ହିଂସାକୁ କେବେ ବି ବରଦାସ୍ତ କରି ନାହିଁ ତଥା ମହାଙ୍ଗା ମାମଲାରେ ମଧ୍ୟ ଦୋଷୀଙ୍କୁ ରକ୍ଷା କରାଯିବ ନାହିଁ । ଆଇନ ତା ବାଟରେ ଯିବ ବୋଲି ସାହୁ କହିଛନ୍ତି ।

 

Related posts

ବଜେଟକୁ ନେଇ କେନ୍ଦ୍ର ସରକାରଙ୍କୁ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ୍

mahabharatanews

ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୁରୀ, ଭଦ୍ରକ,ନବରଙ୍ଗପୁର ଜିଲା ପ୍ରତିନିଧି

mahabharatanews

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

mahabharatanews