ଓଡିଶା

ସାତକୋଶିଆ ଅଭୟାରଣ୍ୟରେ ବାଉଁଶ ଗଛ ରୋପଣରେ ଅନିମିତତା: ଭିଜିଲାନ୍ସ ଚଢଉ

ଅନୁଗୁଳ: ବାଉଁଶ ଗଛ ରୋପଣରେ ଅନିୟମିତତା ଅଭିଯୋଗ ପରେ ଭିଜିଲାନ୍ସର ୪ଟି ଟିମ ବିଭିନ୍ନ ସ୍ଥାନରେ ଚଢଉ ଓ ଛାନଭିନ ଆରମ୍ଭ କରିଛି । ସାତକୋଶିଆ ଅଭୟାରଣ୍ୟରେ ବାଉଁଶ ଗଛ ଲଗାଇବାରେ ଅନିମିତତାକୁ ନେଇ ହୋଇଥିଲା ଅଭିଯୋଗ । ଅଭିଯୋଗ ଆଧାରରେ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଭିଜିଲାନ୍ସ ୪ଟି ଟିମ ଗଠନ କରି ବଲଙ୍ଗ, ନୂଆଗାଁ ଆଦି ସ୍ଥାନରେ ଚଢଉ କରି ତଦନ୍ତ ଆରମ୍ଭ କରିଛି । ଗୋଟିଏ ପଟେ ବାଉଁଶ ଗଛ ଲଗାଇବାକୁ ଆସିଥିବା ଲକ୍ଷଲକ୍ଷ ଟଙ୍କା ଅଧିକାରୀ ହଡପ କରିଥିବା ବେଳେ ଏହି ରୋପଣ କାର୍ଯ୍ୟରେ ନିୟୋଜିତ ମୂଲିଆଙ୍କୁ ସେମାନଙ୍କ ମଜୁରୀ ଦିଆଯାଇ ନାହିଁ । ତେବେ ଏନେଇ ଭିଜିଲାନ୍ସ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦେବାକୁ ମନା କରାଯାଇଛି । ତଦନ୍ତ ଶେଷ ହେବା ପରେ ସୂଚନା ଦିଆଯିବ ବୋଲି ଅଧିକାରୀ କହିଛନ୍ତି ।

Related posts

ଦଙ୍ଗା ସୃଷ୍ଟି କାରିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

mahabharatanews

ବିଦ୍ୟୁତ ତାରରେ ଶ୍ରମିକ ଗୁରୁତର ଆହାତ

mahabharatanews

ଅଭିନବ ଉପାୟରେ ଅନଲାଇନରେ ହେଉଛି ଠକେଇ

mahabharatanews