ଓଡିଶା

ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ

ପାଟଣାଗଡ : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଘରେ ଅଘଟଣ । ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକ ହଠାତ୍ ତଳେ ପଡିଯାଇଥିଲେ ଓ ତାଙ୍କ ମୃତ୍ୟୁ ହୋଇଛି। ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଶ୍ରମିକଙ୍କ ନାମ ଡିଙ୍ଗର ବରିହା (୪୬) , ଘର ଚିଙ୍ଗିରଆ ଗାଁରେ । ଘଟଣାଟି ଆଜି ସକାଳେ ଘଟିଛି ।
ସକାଳୁ ବିଧାୟକଙ୍କ ଘର ଛାତ ସ୍ଲାପ ଖୋଲାଯାଉଥିଲା । ଜଣେ ଶ୍ରମିକ ସ୍ଲାପ ଖୋଳାରେ ନିୟୋଜିତ ଥିବା ବେଳେ ହଠାତ୍ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

 

Related posts

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୧୪ଦିନ   

mahabharatanews

ହାତୀ ଆକ୍ରମଣରେ ୨ମୃତ

mahabharatanews