ଓଡିଶା

ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ

ପାଟଣାଗଡ : ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଘରେ ଅଘଟଣ । ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକ ହଠାତ୍ ତଳେ ପଡିଯାଇଥିଲେ ଓ ତାଙ୍କ ମୃତ୍ୟୁ ହୋଇଛି। ବିଧାୟକଙ୍କ ଘରେ କାମ କରୁଥିବା ଶ୍ରମିକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଶ୍ରମିକଙ୍କ ନାମ ଡିଙ୍ଗର ବରିହା (୪୬) , ଘର ଚିଙ୍ଗିରଆ ଗାଁରେ । ଘଟଣାଟି ଆଜି ସକାଳେ ଘଟିଛି ।
ସକାଳୁ ବିଧାୟକଙ୍କ ଘର ଛାତ ସ୍ଲାପ ଖୋଲାଯାଉଥିଲା । ଜଣେ ଶ୍ରମିକ ସ୍ଲାପ ଖୋଳାରେ ନିୟୋଜିତ ଥିବା ବେଳେ ହଠାତ୍ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

 

Related posts

 ଶ୍ରୀଅଲାରନାଥଙ୍କ ଦର୍ଶନ: ବୟସ୍କ, ଭିନ୍ନକ୍ଷମ, ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

mahabharatanews

ଅଚାନକ ବଦଳିଲା ପାଗ : ୨ ଜିଲ୍ଲାରେ  ପ୍ରବଳ ବର୍ଷା ସମ୍ଭାବନା  

mahabharatanews

ବଦଳିଲେ ୧୨ ପୁଲିସ ଅଧିକାରୀ

mahabharatanews