ଓଡିଶା

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ଭୁବନେଶ୍ୱରର ଗାନ୍ଧୀମାର୍ଗରେ ରାଜ୍ୟପାଳ ଗଣେଶୀ ଲାଲ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି । ରାଜ୍ୟପାଳଙ୍କୁ ପରେଡ୍ ଅଭିବାଦନ ଜଣାଯାଇଛି । କୋଭିଡ କଟକଣା ପାଇଁ ପରେଡ ସ୍ଥଳକୁ ଦର୍ଶକ ତଥା ଗଣମାଧ୍ୟମକୁ ବାରଣ କରାଯାଇଥିଲା ।
କୋଭିଡ କଟକଣା ପାଇଁ ଦର୍ଶକଙ୍କୁ ପରେଡ୍ ସ୍ଥଳକୁ ମନା ରହିଛି । ଏପରି କରି ଚଳିତ ବର୍ଷ ପରେଡରେ ଛାତ୍ରଛାତ୍ରୀଙ୍କ ଭାଗୀଦାରୀ ଉପର ପ୍ରତିବନ୍ଧକ ଲାଗିଛି । ସକାଳ ୬.୩୦ରୁ ଦିନ୯ଟା ପର୍ୟ୍ୟନ୍ତ ଲୋୟର ପିଏମ୍ ଜିରେ ୧୪୪ ଧାରା ଜାରି କରାଯାଇଛି । ଏଥର ରାଜ୍ୟସ୍ତରୀୟ ପରେଡରେ ୧୪ଟି ପ୍ରଜ୍ଞାପନ ମେଢ ଅଂଶ ଗ୍ରହଣ କରିଛନ୍ତି। ଆଉ ଏହି ପରେଡର ନେତୃତ୍ୱ ନେଇଛି ଯୁବ ଆଇପିଏସ୍ ଏସ୍‌. ସୁଶ୍ରୀ। ସେ ଏବେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଏସ୍‌ଡିପିଓ ଭାବେ କାର୍ୟ୍ୟ କରୁଛନ୍ତି। ଅନ୍ୟପକ୍ଷରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

Related posts

ଛଟପଟ ହେଉଛନ୍ତି ଓଡ଼ିଶା ବାସୀ ;୬ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି

mahabharatanews

ଜନସାଧାରଣଙ୍କ ନିମନ୍ତେ ଲାଗିଲା ସାନିଟାଇଜର ମେସିନ

mahabharatanews

ଆଜିଠୁ ବଜେଟ୍ ଅଧିବେଶନ, ସରକାରଙ୍କୁ ଟାର୍ଗେଟ କରିବାକୁ ବିଜେଡି ପ୍ରସ୍ତୁତ

mahabharatanews