ଅପରାଧ

ଫେରାର ଆଇଆଇସିଙ୍କ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ

ବାଲେଶ୍ୱର: ଫେରାର ଆଇଆଇସିଙ୍କ ଆତ୍ମସମର୍ପଣ । ଫେରାର ହେବାର ୭ ମାସ ପରେ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ବାଲେଶ୍ୱର ଟାଉନ୍ ଥାନାର ତତ୍କାଳୀନ ଆଇଆଇସି ସରୋଜିନୀ ନାଏକ। ଏକ ଜାଗାବାଡି ମାମଲାର ରଫାଦଫା କରିବାକୁ ସେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଗତ ଜୁଲାଇରେ ସରୋଜିନୀଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । କିନ୍ତୁ ଭିଜିଲାନ୍ସ ତାଙ୍କୁ ଧରିବା ପୂର୍ବରୁ ସେ ଫେରାର ହୋଇଯାଇଥିଲେ ।
ଗତ ଜୁଲାଇରେ ଏକ ଜାଗାବାଡି ମାମଲାର ସମାଧାନ ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଟାଉନ ଥାନାର ତତ୍‌କାଳୀନ ସବ୍‌ ଇନ୍ସପେକ୍ଟର ବିମଳ କର ଓ ଜଣେ ଦଲାଲ ଗିରଫ ହୋଇଥିଲେ । ଏହି ଗିରଫଦାରୀ ପରେ ଥାନା ଆଇଆଇସି ସରୋଜିନୀ ନାୟକଙ୍କ ସମ୍ପୃକ୍ତ ଥିବା ଜଣାପଡିବା ପରେ ଭିଜିଲାନ୍ସ ତାଙ୍କ ନାମରେ ମାମଲା ରୁଜୁ କରିଥିଲେ । କିନ୍ତୁ ସେ ଫେରାର ହୋଇଯାଇଥିଲେ । ଘଟଣାକୁ ୭ ମାସ ବିତିଯାଇଥିବା ବେଳେ ଆଜି ସରୋଜିନୀ ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।

 

Order Without Prescription. Propecia Oder Proscar. viagrasansordonnancefr.com Buy Generic.

Related posts

ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା : ବାପା-ମା’ ମୃତ

mahabharatanews

କଚ୍ଚ ଉପକୂଳରୁ ୩୬ ଲକ୍ଷ ଟଙ୍କାର ଚରସ ଜବତ

mahabharatanews

ଭୁବନେଶ୍ୱର ଗୁଳିମାଡରେ ନୂଆ ମୋଡ; ଏକ ତରଫା ପ୍ରେମରୁ ହୋଇଥିଲା ଫାୟାରିଂ

mahabharatanews