Uncategorized

ଛାନାପୋରାରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ଜଣେ ଯବାନ ଆହତ

ଶ୍ରୀନଗର: ସୁରକ୍ଷାକର୍ମୀଙ୍କ ଉପରେ ଆଜି ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । ଜମ୍ମୁ-କଶ୍ମୀରର ଶ୍ରୀନଗର ଅନ୍ତର୍ଗତ ଛାନାପୋରାରେ ଆତଙ୍କବାଦୀ ଏକ ସୁରକ୍ଷାବଳ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ଗୁଳି ଜଣେ ଯବାନଙ୍କ ଗୋଡରେ ବାଜିଛି । ତାଙ୍କୁ ସ୍ଥାନୀୟ ମିଲିଟାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଛାନାପୋରାରେ ୨୯ ବାଟାଲିୟନର ସିଆରପିଏଫ ଯବାନମାନେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସେଠାରେ ଲୁଚି ରହିଥିବା ଆତଙ୍କବାଦୀମାନେ ଅତର୍କିିତ ଗ୍ରେନେଡ ଓ ଗୁଳି ମାଡ଼ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏହି ଅତର୍କିତ ଆକ୍ରମଣର ପାଲଟା ଜବାବ ଦିଆଯାଇଥିଲା। କିନ୍ତୁ ଜଣେ ଯବାନଙ୍କ ଗୋଡରେ ଆତଙ୍କବାଦୀଙ୍କ ଏକ ଗୁଳି ବାଜିଥିଲା । ଏହି ଘଟଣା ପରେ ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଉକ୍ତ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଚାଲିଛି ।

 

Related posts

ଦେଶରେ ୨୪ ଘଣ୍ଟାରେ ୬୯ ହଜାର ୬୫୨ ନୂଆ ଆକ୍ରାନ୍ତ

mahabharatanews

ବିଶ୍ୱର ସର୍ବବୃହତ୍ତ କୋଭିଡ-୧୯ ହସ୍ପିଟାଲ ଉଦ୍ଘାଟିତ

mahabharatanews

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନୀଳାଚଳ ଷ୍ଟିଲ ପ୍ଲାଣ୍ଟରୁ ପ୍ରତ୍ୟାହାର ହେବ ପୁଞ୍ଜି

mahabharatanews