ଓଡିଶା

ବରିଷ୍ଠ ନାଗରିକଙ୍କ ଚାଲିଛି ତଥ୍ୟ ସଂଗ୍ରହ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କୁ ଆସନ୍ତା ମାସରୁ ରାଜ୍ୟରେ ଟୀକାକରଣ ଆରମ୍ଭ ହେବ, ଏନେଇ କେନ୍ଦ୍ରରୁ ନିର୍ଦ୍ଦେଶମାନା ଜାରି ହୋଇଛି । ଏହି କ୍ରମରେ ବରିଷ୍ଠ ନାଗରିକଙ୍କ ତାଲିକା ପ୍ରସ୍ତୁତ  ଆରମ୍ଭ କରିଛି ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ(ବିଏମସି) । ଭୁବନେଶ୍ୱରରେ ଥିବା ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ କରାଯାଉଥିବା ବିଏମସି କମିଶାନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ତୃତୀୟ ପର୍ଯ୍ୟାୟ ଟୀକାକରଣରେ ବରିଷ୍ଠ ନାଗରିକଙ୍କ ପାଳି ଆସୁଛି । ଭୁବନେଶ୍ୱରରେ ପ୍ରାୟ ୨୫ ହଜାର ବରିଷ୍ଠ ନାଗରିକ ବାସ କରୁଛନ୍ତି । ସେମାନଙ୍କ ତଥ୍ୟ ସଂଗ୍ରହ କାର୍ଯ୍ୟ ଖୁବ ଶୀଘ୍ର ଶେଷ କରାଯିବ । ଯେଉଁ ସବୁ ହସ୍ପିଟାଲରେ ପୂର୍ବରୁ ଟୀକା ଦିଆଯାଉଥିଲା ସେହିଠାରେ ସବୁ ଟୀକା ଦିଆଯିବ । ଏହା ବ୍ୟତୀତ ଦେଶରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇ ଗଲାଣି । ଏହାକୁ ଦେଖି ରାଜ୍ୟରେ ଆଗୁଆ ପଦକ୍ଷେପ ନିଆଯାଉଛି । ବିମାନବନ୍ଦରରେ ସ୍କ୍ରିନିଂ କରାଯାଇ ଯାତ୍ରୀଙ୍କଠାରେ କୌଣସି ଲକ୍ଷଣ ଦେଖା ଗଲେ ସଙ୍ଗେ ସଙ୍ଗେ ଟେଷ୍ଟ କରାଯାଉଛି ବୋଲି ଚୌଧୁରୀ ସୂଚନା ଦେଇଛନ୍ତି ।

Related posts

୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍

mahabharatanews

ଏଫ୍ଏମ୍ ବିଶ୍ୱବିଦ୍ୟାଳୟ କୁଳପତି ହେଲେ  ପ୍ରଫେସର ସନ୍ତୋଷ ତ୍ରିପାଠୀ

mahabharatanews

ବ୍ରିଜ ଉପରୁ ଓଲଟିଲା ଟ୍ରକ ଆହତଙ୍କୁ ଉଦ୍ଧାର ନକରି ଲୋକେ ଗୋଟାଇଲେ ମାଛ

mahabharatanews