ଓଡିଶା

ଆସନ୍ତା ୧୩ରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା ସମ୍ଭ।।ବନା । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୧୩ ତାରିଖରେ ରାଜ୍ୟର ଅଭ୍ୟନ୍ତର ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଗୁଜୁରାଟ, ମଧ୍ୟପ୍ରଦେଶ ପଟୁ ବଙ୍ଗୋସାଗର ଆଡକୁ ଏକ ଟ୍ରପ ଓଡିଶା ଦେଇ ଗତିକରୁଛି । ଏହାର ପ୍ରଭାବରେ ରାଜ୍ୟରେ ୧୩ ତାରିଖ ଭିତରେ ଘଡଘଡି ସହ ବର୍ଷା ହୋଇପାରେ ।
ଆଶା କରାଯାଉଛି ଏହି ଅଦିନିଆ ବର୍ଷା ପ୍ରଭାବରେ ଶିମିଳିପାଳ ନିଆଁ ଲିଭିବ । କିଛି ସପ୍ତାହ ହେଲା ଶିମିଳିପାଳରେ ନିଆଁ ଲାଗି ଏହା ବ୍ୟାପିଚାଲିଛି । ନିଆଁ ଲିଭା କାମ ଜାରି ରହିଥିଲେ ମଧ୍ୟ ନିଆଁ ଉପରେ ଆୟତ୍ତ ପାଇ ହେଉନି । ଏପରି ସମୟରେ ବର୍ଷା ହେଲେ ଏହା ଜଙ୍ଗଲ ନିଆଁ ଲିଭାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଶିମିଳିପାଳ ଜଙ୍ଗଲରେ ନିଆଁ ବ୍ୟାପିବା ଦ୍ବାରା ତାପମାତ୍ରା ଓ ଧୂଆଁ ବଢିଛି । ଫଳରେ ସମୁଦ୍ରରୁ ସ୍ଥଳଭାଗ ଆଡକୁ ଆସୁଥିବା ଜଳୀୟ ବାଷ୍ପ ଗରମ ପବନ ମିଶ୍ରଣ ଫଳରେ ଶିମିଳିପାଳ ଅଭୟାରଣ୍ୟରେ କାଳବୈଶାଖୀ ବର୍ଷା ହୋଇଛି ।

Related posts

ଛିଣ୍ଡିଲା ତାଳଧ୍ଵଜର ଦଉଡି, ଆହତ ହେଲେ ଶ୍ରଦ୍ଧାଳୁ

mahabharatanews

ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

mahabharatanews

ଚିକିତ୍ସାଧୀନ ହାତୀର ମୃତ୍ୟୁ

mahabharatanews