ଓଡିଶା

୫୭ ନମ୍ବର ଜାତୀୟ ରାଜପଥରେ ବସ-ଟ୍ରକ ମୁହାଁମୁହିଁ ଧକ୍କା: ୧୦ ଆହତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥର ସଦର ଥାନା ଖଜୁରୀପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି।
ଗତକାଲି ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ‘ତିରୁପତି’ ନାମକ ଏକ ଘରୋଇ ବସ୍ ଯାଉଥିଲା। ଗତକାଲି ରାତି ପ୍ରାୟ ୩ଟାରେ ବସ୍‌ଟି ଖଜୁରୀପଡ଼ା ଅତିକ୍ରମ କରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

 

Related posts

ମାଓବାଦୀ ଜାଳିଦେଲେ ଯାତ୍ରୀବାହୀ ବସ୍

mahabharatanews

୨୬ରେ ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ

mahabharatanews

ଖଣି ମନ୍ତ୍ରଣାଳୟ ସଂସଦୀୟ କମିଟିରେ ସ୍ଥାନ ପାଇଲେ ସସ୍ମିତ

mahabharatanews