ଅପରାଧ

ହାଇଦର ସହଯୋଗୀ ସଲୁ କଲା ଆତ୍ମସମର୍ପଣ

କଟକ : ଏସସିବିରୁ ହାଇଦର ଫେରାର ଘଟଣାରେ ଆସିଛି ଏକ ଟ୍ୱିଷ୍ଟ । ହାଇଦରର ସହଯୋଗୀ କୁହାଯାଉଥିବା ସଲୁ ଓରଫ ୟାକୁବ ଆତ୍ମସମର୍ପଣ କରିଛି । କଟକ ଚାଉଳିଆଗଞ୍ଜ ଥାନାରେ ସଲୁ ଆତ୍ମସମର୍ପଣ କରିଛି । ସଲୁ ସେହି ବ୍ୟକ୍ତ, ଯିଏ ଏସସିବିରେ ହାଇଦରକୁ ବିରିୟାନି ନେଇ ଦେଇଥିଲା । ସେ ଏକାଧିକ ଥର ହାଇଦରକୁ ଭେଟିଥିଲା । ହାଇଦରର ବିଭିନ୍ନ କାର୍ଯ୍ୟରେ ସଲୁ ସହଯୋଗ କରିବା ସହ ହାଇଦରଠାରୁ ମଧ୍ୟ ସାହାଯ୍ୟ ନେଉଥିଲା । ସଲୁର ଘର ମହାନଦୀବିହାରରେ । ସଲୁ ଧରା ପଡିବା ପରେ ପୁଲିସକୁ ହାଇଦରକୁ ଧରିବାରେ ସହଜ ହେବ ବୋଲି ପୁଲିସ ଆଶା କରୁଛି । ସଲୁକୁ ପଚରାଉଚରା କରି ହାଇଦରର ଫେରାର ପଛର ସମସ୍ତ ସତ ଉଗାଳିବ ବୋଲି ଆଶା କରାଯାଉଛି ।

Related posts

ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା କରିଛି ଏନଆଇଏ

mahabharatanews

ରାଗିଂର ଛାତିଥରା ଚିତ୍ର, ଜୁନିୟରଙ୍କୁ ନିର୍ଘାତ ମାଡ଼ ମାରୁଥିବାର ଭିଡିଓ ଭାଇରାଲ

mahabharatanews

ମର୍ଣ୍ଣିଂ ୱାର୍କରୁ ଅପହରଣ

mahabharatanews