Uncategorized

ସନ୍ନି ଦେଓଲ ବି ନିଖୋଜ, ଲାଗିଲା ପୋଷ୍ଟର

ଗୁରୁଦାସପୁର ୩।୬: ନବଜୋତ ସିଂ ସିଦ୍ଧୁଙ୍କ ପରେ ଏବଂ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ମଧ୍ୟ ଲଗାଯାଇଛି । ସୂଚନା ଅନୁସାରେ, ଗୁରୁଦାସପୁରରେ ଏବେ ଲୋକମାନେ କଂଗ୍ରେସ ସାଂସଦ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଇଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଯାଇଥିଲା । ପୋଷ୍ଟରରେ ଲେଖାଯାଇଛି ଯେ, ସନ୍ନି ଦେଓଲ ଜୀଙ୍କୁ ଯିଏ ପାଇବ ସେ ପଠାନକୋଟ ଜିଲ୍ଲା ଯୁବ କଂଗ୍ରେସ ସହ ଯୋଗାଯୋଗ କରିବା । ଏହାସହ ଏହା ମଧ୍ୟ ଲେଖାଯାଇଛି ଯେ ସନ୍ନି ଦେଓଲଙ୍କପ ଖୋଜି ବାହାର କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଉପଯୁକ୍ତ ପୁରସ୍କାର ଦିଆଯିବ ।ସୂଚନାଯୋଗ୍ୟ ଯେ, ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ନିଖୋଜ ନେଇ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ଏହି ପୋଷ୍ଟରରେ ସିଦ୍ଧୁଙ୍କ ଫଟୋ ସହ ନିଖୋଜଙ୍କ ସନ୍ଧାନ ବୋଲି ଲେଖାଯାଇଥିଲା । ଏହାସହ ସନ୍ଧାନକାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରାଯାଇଥିଲା ।

Related posts

୨୪ ଘଣ୍ଟାରେ ଦେଶରେ ୧୦ ହଜାର ୯୫୬ ନୂଆ କରୋନା ଚିହ୍ନଟ

mahabharatanews

ଇରାନରେ ଫସିଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ଉଦ୍ଧାର ପାଇଁ କେରଳ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

mahabharatanews

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ମୃତ

mahabharatanews