ଖେଳ

ରେସଲର ସୁଶିଲ କୁମାରଙ୍କ ଜେଲ ମିଆଦ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟ ରେସଲର ସୁଶୀଲ କୁମାରଙ୍କ ନ୍ୟାୟିକ ହିରାସତ ମିଆଦକୁ ଜୁନ ୨୫ ତାରିଖ ପର୍ଯ୍ୟନ୍ତଙ୍କ ବଢାଇ ଦେଇଛନ୍ତି । ତାଙ୍କୁ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ କନିଷ୍ଠ ଜାତୀୟ ରେସଲର ଚାମ୍ପିୟନ ସାଗର ଧଙ୍ଖର ହତ୍ୟା ମାମଲାରେ ପୁଲିସ ଗିରଫ କରିଛି । ଚଳିତ ସପ୍ତାହର ପ୍ରାରମ୍ଭରେ କୋର୍ଟ ସୁଶିଲ କୁମାରଙ୍କ ଦ୍ୱାରା ତାଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇ ଦେବାକୁ ହୋଇଥିବା ଆବେଦନକୁ ନ୍ୟାୟ ବ୍ୟବସ୍ଥାରେ ସମସ୍ତଙ୍କ ପାଇଁ ମାନ କହି ଖାରଜ କରିଦେଇଥିଲେ ।
ଦିଲ୍ଲୀ ପୁଲିସ ରେସଲର ସାଗର ଧଙ୍ଖର ହତ୍ୟା ମାମଲାରେ ଶୁକ୍ରବାର ଦିନ ୧୦ମ ଅଭିଯୁକ୍ତ ଅନିରୁଦ୍ଧକୁ ଗିରଫ କରିଛି, ଯିଏ ଏହି ହତ୍ୟା ଘଟଣାରେ ସୁଶିଲର ସହଯୋଗୀ ରହିଥିବା ଅଭିଯୋଗ ହୋଇଛି । ଅନିରୁଦ୍ଧ ମଧ୍ୟ ପେସାରେ ଜଣେ ରେସଲର । ଅନିରୁଦ୍ଧ ପୁଲିସ ନିକଟରେ ମାନିଛି କି ସୁଶିଲ କହିବାରେ ସେ ସାଗର ଓ ତାର ସାଙ୍ଗମାନଙ୍କୁ ପିଟିଥିଲା । ଏହି ହତ୍ୟାକାଣ୍ଡ ମେ ୪ ତାରିଖରେ ଛତ୍ରସାଲ ଷ୍ଟାଡିୟମରେ ଘଟିଥିଲା । । ସୁଶିଲ କୁମାର ଭାରତ ରେସଲର ଜଗତର ଜଣେ ଜଣା ଶୁଣା ନାମ । ସେ ୨ ଥର ଅଲମ୍ପିକ ମେଡାଲ ହାସଲ କରିବା ସହ ୩ଟି କମନ ୱେଲ୍ଥ ଗେମରେ ସ୍ୱର୍ଣ୍ଣ, ଗୋଟିଏ ସ୍ୱର୍ଣ୍ଣ ୱାର୍ଲଡ ଚାମ୍ପିଅନସିପ, ଗୋଟିଏ ବ୍ରୋଞ୍ଚ ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନ୍ସରେ ୪ଟି ମେଡାଲ ହାସଲ କରିଛନ୍ତି ।

Related posts

୧୭ ମହିଳା ବିଶ୍ୱକପ୍ ର ଲୋଗୋ ଉନ୍ମୋଚନ

mahabharatanews

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରସଂଶା କଲେ ପ୍ରଶିକ୍ଷକ ରବି ଶାସ୍ତ୍ରୀ

mahabharatanews

‘ଭିନେଶଙ୍କୁ ମିଳିବ ସବୁ ସମ୍ମାନ’

mahabharatanews