ଓଡିଶା

ଅନେକ ଦେଶରେ ତୃତୀୟ ଲହର ଆସିସାରିଲାଣି: ଡିଏମଇଟି

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଥମିଆସୁଛି । ଲୋକେ ଟିକେ ଆଶ୍ୱସ୍ତ ହେବା ବେଳକୁ ତୃତୀୟ ଲହରକୁ ନେଇ ସତର୍କ ଘଣ୍ଟି ବଜେଇଲେଣି ବିଶେଜ୍ଞ । ଆଜି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, ଅନେକ ଦେଶରେ ତୃତୀୟ ଲହର ଆସିସାରିଲାଣୁ। ତେଣୁ ଆମକୁ ସତର୍କ ରହିବାକୁ ପଡିବ। ଏବେ ଦେଶରେ ୭ଜଣଙ୍କ ଠାରେ ଡେଲଟା ପ୍ଲସ ଭେରିଆଣ୍ଟ ଦେଖାଦେଇଛି ଓ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଗଲେ ସଂକ୍ରମଣ ଚେନକୁ ବ୍ରେକ କରାଯାଇ ପାରିବ ଓ ଏହାର ବିଶେଷ କୁପ୍ରଭାବ ପଡିବ ନାହିଁ ।
ସେ ଆହୁରି କହିଛନ୍ତି, ଟୀକାକରଣକୁ ବ୍ୟାପକ କରାଯାଉଛି । ଉପାନ୍ତ ଓ ଅ।।ଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଟୀକାକୁ ନେଇ ଭ୍ରମ ରହିଥିବାରୁ ସେମାନଙ୍କୁ ସଚେତନ କରିବାକୁ ପଦକ୍ଷେପ ନିଆଯାଉଛି । ଆମେ ସଚେତନ ରହିଲେ ଓ ଟୀକାକରଣ ଦ୍ୱାରା ତୃତୀୟ ଲହରକୁ ଆମେ ମିଳିମିଶି ପ୍ରତିହତ କରି ପାରିବା । ଅନ୍ୟପଟେ ପୋଷ୍ଟ କୋଭିଡ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି। କୋଭିଡ ଦ୍ବାରା ଶରୀରରେ ଅଙ୍ଗପ୍ରତ୍ୟଙ୍ଗ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଛି। ତେଣୁ ଲୋକଙ୍କର ମୃତ୍ୟୁ ହେଉଛି।

 

Related posts

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews

ପାନୀୟ ଜଳ ପାଇଁ ଡହଳ ବିକଳ ହେଲେ ଗ୍ରାମବାସୀ

mahabharatanews

ଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ

mahabharatanews