Uncategorized

ଆଉ ଏକ ମାରାତ୍ମକ ମହାମରୀ ଆସୁଛି

ଓ୍ୱାଶିଂଟନ: କୋଭିଡ ମହାମାରୀରୁ ବିଶ୍ୱ ଏଯାଁଏ ମୁକୁଳି ନ ଥିବା ବେଳେ ଆଉ ଏକ ମହାମରୀକୁ ନେଇ ୱାଶିଂଟନ ସତର୍କ କଲାଣି । ଆମେରିକାର ଧନୀକ ୱାରେନ ବଫେଟ ଏହି ମହାମାରୀକୁ ନେଇ ଏକ ଟିଭି ସୋରେ ସାକ୍ଷାତକାର ଦେଇ କହିଛନ୍ତି, ଏହି ମହାମାରୀ ମଣିଷକୁ ମ।।ରିବ ନାହିଁ, କିନ୍ତୁ ମରଣ ତୁଲ୍ୟ କରିଦେବ । ସମ୍ପୂର୍ଣ୍ଣ ରୂପେ କାଙ୍ଗାଳ କରିଦେବ । ସିଷ୍ଟମକୁ ଅଚଳ କରିଦେବ।
ଫୋବର୍ସ ବିଲିଅନର ଧନୀ ରାଙ୍କରେ ୯ ନମ୍ୱର ସ୍ଥାନରେ ଥିବା ବଫେଟ୍ କହିଛନ୍ତି, ସାରା ବିଶ୍ୱରେ କୋଭିଡ୍ ମହାମାରୀ ଉପରେ ନିୟନ୍ତ୍ରଣ ମିଳିଲାଣି । କିନ୍ତୁ ଆସୁଥିବା ମହାମରୀ ଅଣାୟତ ହେବ । ଏହା ହେବ ସାଇବର ମହାମାରୀ । ବିଶ୍ୱ ଜାଣିଛି ପରମାଣୁ, ରାସାୟନ ଓ ଜୈବିକ ଅସ୍ତ୍ର ରହିଛି । କିନ୍ତୁ ସାଇବର ବିପଦ ଏବେ ଭୟଙ୍କର ହେବ।।ରେ ଲାଗିଛି । ଆଗାମୀ ଦିନର ସାଇବର ଆଟାକ ଆହୁରି ଭୟଙ୍କର ହେବ । କିନ୍ତୁ ଆମେ ଏହି ମହାମାରୀ ବିଷୟରେ ସଚେତନ ହୋଇନାହୁଁ ।
କୋଭିଡ୧୯ ସ୍ଥିତିରୁ ଜଣାପଡ଼ିଛି ଯେ ବିଶ୍ୱ ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିବାକୁ ହଠାତ୍ ସକ୍ଷମ ହୋଇନଥିଲା। ହେଲେ ଏବେ ଅନେକ ସମୟ ରହିଛି। ଆଗାମୀ ଦିନରେ ଆସିବାକୁ ଥିବା ସାଇବର ଅପରାଧକୁ ରୋକିବା ପାଇଁ ଆମ ସମସ୍ତଙ୍କୁ ସଚେତନ ରହିବାକୁ ହେବ।

 

Related posts

ଲୋକସଭାରେ ଫାରୁଖ ଅବଦୁଲ୍ଲାଙ୍କ ମୁକ୍ତି ଦାବିରେ କଂଗ୍ରେସର ଗୃହତ୍ୟାଗ

mahabharatanews

କରୋନା କାଳରେ ୨୫ ପ୍ରତିଶତ ଲୋକ ମାନସିକ ଦୁଶ୍ଚିନ୍ତାର ଶିକାର

mahabharatanews

କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ଫଳପ୍ରଦ ହେଉନି: ବଳରାମ ଭାର୍ଗଭ

mahabharatanews