ଓ୍ୱାଶିଂଟନ: କୋଭିଡ ମହାମାରୀରୁ ବିଶ୍ୱ ଏଯାଁଏ ମୁକୁଳି ନ ଥିବା ବେଳେ ଆଉ ଏକ ମହାମରୀକୁ ନେଇ ୱାଶିଂଟନ ସତର୍କ କଲାଣି । ଆମେରିକାର ଧନୀକ ୱାରେନ ବଫେଟ ଏହି ମହାମାରୀକୁ ନେଇ ଏକ ଟିଭି ସୋରେ ସାକ୍ଷାତକାର ଦେଇ କହିଛନ୍ତି, ଏହି ମହାମାରୀ ମଣିଷକୁ ମ।।ରିବ ନାହିଁ, କିନ୍ତୁ ମରଣ ତୁଲ୍ୟ କରିଦେବ । ସମ୍ପୂର୍ଣ୍ଣ ରୂପେ କାଙ୍ଗାଳ କରିଦେବ । ସିଷ୍ଟମକୁ ଅଚଳ କରିଦେବ।
ଫୋବର୍ସ ବିଲିଅନର ଧନୀ ରାଙ୍କରେ ୯ ନମ୍ୱର ସ୍ଥାନରେ ଥିବା ବଫେଟ୍ କହିଛନ୍ତି, ସାରା ବିଶ୍ୱରେ କୋଭିଡ୍ ମହାମାରୀ ଉପରେ ନିୟନ୍ତ୍ରଣ ମିଳିଲାଣି । କିନ୍ତୁ ଆସୁଥିବା ମହାମରୀ ଅଣାୟତ ହେବ । ଏହା ହେବ ସାଇବର ମହାମାରୀ । ବିଶ୍ୱ ଜାଣିଛି ପରମାଣୁ, ରାସାୟନ ଓ ଜୈବିକ ଅସ୍ତ୍ର ରହିଛି । କିନ୍ତୁ ସାଇବର ବିପଦ ଏବେ ଭୟଙ୍କର ହେବ।।ରେ ଲାଗିଛି । ଆଗାମୀ ଦିନର ସାଇବର ଆଟାକ ଆହୁରି ଭୟଙ୍କର ହେବ । କିନ୍ତୁ ଆମେ ଏହି ମହାମାରୀ ବିଷୟରେ ସଚେତନ ହୋଇନାହୁଁ ।
କୋଭିଡ୧୯ ସ୍ଥିତିରୁ ଜଣାପଡ଼ିଛି ଯେ ବିଶ୍ୱ ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିବାକୁ ହଠାତ୍ ସକ୍ଷମ ହୋଇନଥିଲା। ହେଲେ ଏବେ ଅନେକ ସମୟ ରହିଛି। ଆଗାମୀ ଦିନରେ ଆସିବାକୁ ଥିବା ସାଇବର ଅପରାଧକୁ ରୋକିବା ପାଇଁ ଆମ ସମସ୍ତଙ୍କୁ ସଚେତନ ରହିବାକୁ ହେବ।
