ଓଡିଶା

ସୋମବାର ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ସ୍ଥିତି ଓ ନିୟନ୍ତ୍ରଣକୁ ଅନୁଧ୍ୟାନ କରିବାକୁ ସୋମବାର ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ଶିବାନୀ ଦତ୍ତଙ୍କ ନେତୃତ୍ବରେ ଦୁଇ ଜଣିଆ ଟିମ୍ ରାଜ୍ୟରେ କୋଭିଡ ସ୍ଥିତି ଅନୁଧ୍ୟାନ କରିବେ । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସହ ଟିମ କରୋନା ସ୍ଥିତି ନେଇ ଆଲୋଚନା ଜାରି ରହିଛି ।
କେନ୍ଦ୍ରୀୟ ଟିମ୍ ନିକଟରେ ରାଜ୍ୟର କରୋନା ସ୍ଥିତି ନେଇ ସାମଗ୍ରିକ ରିପୋର୍ଟ ଦାଖଲ କରିବେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ । ପ୍ରାଥମିକ ଆଲୋଚନା ପରେ କେନ୍ଦ୍ରୀୟ ଟିମ ଅଧିକ ସଂକ୍ରମିତ ଜିଲ୍ଲାକୁ ପରିଦର୍ଶନରେ ଯିବେ । ଓଡିଶା ସମେତ ୬ ରାଜ୍ୟ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁରକୁ ଟିମ୍ ଯିବ ।
କୋଭିଡ୍ ସୁପରିଚାଳନା ପାଇଁ ପରାମର୍ଶ ଦେବ ଏହି ଟିମ୍ । ଟିମ୍ର ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ପଦକ୍ଷେପ ନେବେ । କୋଭିଡ୍ ନିୟନ୍ତ୍ରଣ, କଣ୍ଟେନମେଣ୍ଟ ଜୋନ୍ ନେଇ ଏହି ଟିମ୍ ପରାମର୍ଶ ଦେବ ।

 

Related posts

ରାସ୍ତା ପାଇଁ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଦୁଇଦିନିଆ ଧାରଣା

mahabharatanews

ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବୈଜ୍ଞାନିକ ଶୈଳୀ ପ୍ରଦର୍ଶନ

mahabharatanews

ବଜ୍ରପାତରେ ୯ ରୁ ଉର୍ଦ୍ଧ ଆହାତ ଜଣେ ଗୁରୁତର

mahabharatanews