ଓଡିଶା

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ କରିବ ପ୍ରତିବାଦ

ଭୁବନେଶ୍ୱର: ଦେଶରେ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଲୋକେ ଅତିଷ୍ଠ। ସ୍ଥିତି ଏମିତି ହୋଇଛି କି, ପେଟ୍ରୋଲ ଦର ସେଞ୍ଚୁରି ଟପି ସାରିଛି । ପେଟ୍ରୋଲ ଦରର ଏପରି ଅହେତୁକ ବୃଦ୍ଧିକୁ ବିରୋଧ କରି ଆଗାମୀ ଦିନରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ଯୋଜନା କରିଛି । ଏନେଇ ଆଜି ଭୁବନେଶ୍ୱର କଂଗ୍ରେସ କାର୍ୟ୍ୟାଳୟରେ ଏକ ପ୍ରେସମିଟ୍ କରାଯାଇଛି । ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିବାଦ କରାଯିବାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ୭ ତାରିଖରେ ପ୍ରତି ବ୍ଲକ ମୁଖ୍ୟାଳୟ, ୯ରେ ଜିଲ୍ଲା ମୁଖ୍ୟାଳୟ. ୧୩ ତାରଖରେ ଭୁବନେଶ୍ୱର, ୧୫ ତାରିଖରେ ପେଟ୍ରୋଲ ନକିଣି ସମସ୍ତଙ୍କୁ ପ୍ରତିବାଦ କରିବାକୁ ଆହ୍ୱାନ ଦେଇଛି କଂଗ୍ରେସ । ଏହା ସହ ୧୭ ତାରିଖରେ ପେଟ୍ରୋଲ ପମ୍ପ ସାମ୍ନାରେ ପ୍ରତିବାଦ କରିବୁ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ।

Related posts

କେମିତି ମଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ରୋଷେଇଆ ଲଳିତ ସାହୁ ? ରାତି ଅଧିଆ ପୋଷ୍ଟ ମର୍ଟମ ନେଇ ଉଠିଲା ପ୍ରଶ୍ନ

mahabharatanews

ରାଜ୍ୟ ସରକାର ଓ ପୋଲିସ ଉପରେ ବର୍ଷିଲା ବିଜେପି

mahabharatanews

ଏନଟିପିସି, କଣିହାଁ ପକ୍ଷରୁ ଡକ୍ଟର ଆମ୍ବେଦକର ଜୟନ୍ତୀ ପାଳିତ

mahabharatanews