ଓଡିଶା

ପିଏମଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ଚିଠିରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଫନି କ୍ଷତିଗ୍ରସ୍ତଙ୍କ ପାଇଁ ୮.୧୭ ଲକ୍ଷ ଘର ମଞ୍ଜୁର କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଫନି ଅଣପ୍ରଭାବିତ ବାକି ଜିଲ୍ଲାର ୬ ଲକ୍ଷ ହିତାଧିକାରୀଙ୍କୁ ଘର ପାଇଁ ନିବେଦନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇଛି । ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ମାସକ ନିମନ୍ତେ ୱିଣ୍ଡୋ ଖୋଲାଯାଇଥିବା ଦର୍ଶାଯାଇଛି । ଫନି ଅଣପ୍ରଭାବିତ ୧୬ ଜିଲ୍ଲା ପାଇଁ ୱିଣ୍ଡୋ ଖୋଲିନଥିବାରୁ ସୁଫଳ ମିଳୁନି । ଆବାସ ପ୍ଲସ ଭଳି ରାଜ୍ୟ ପ୍ରସ୍ତୁତ କରିଥିବା ପୋଟାଲ ଦ୍ୱାରା ଚୟନ କରାଯାଇଛି । ଏଭଳି ସ୍ଥିତିରେ ସାରା ରାଜ୍ୟ ପାଇଁ ଆବାସ ପ୍ଲସ ୱିଣ୍ଡୋ ଖୋଲିବାକୁ ଦାବି ଜଣାଇଛନ୍ତି ନବୀନ।

Related posts

ଲୋକାର୍ପଣ ହେବାକୁ ଯାଉଛି ସମଲେଇ ପ୍ରକଳ୍ପ

mahabharatanews

ହରିପୁର ଗ୍ରାମରେ ବିଦ୍ୟୁତ ସେବାକୁ ନେଇ ଗମ୍ଭୀର ଅଭିଯୋଗ…

mahabharatanews

ସୀମାନ୍ତ ମୋଟୁ ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନିତ

mahabharatanews