Uncategorized

ଦେଶର ପ୍ରଥମ କରୋନା ରୋଗୀ ପୁଣି ସଂକ୍ରମିତ

ଥିରୁବନନ୍ତପୁରମ: ଦେଶର ପ୍ରଥମ କରୋନା ରୋଗୀ ପୁଣି ଥରେ ସଂକ୍ରମିତ ହୋଇଛନ୍ତି । ଗତବର୍ଷ ଦେଶରେ ପ୍ରଥମ କରୋନା ପଜିଟିଭ ବାହାରିଥିଲେ କେରଳର ଜଣେ ମେଡିକାଲ ଛାତ୍ରୀ । ସେ ଚୀନର ଉହାନରୁ ଭାରତ ଫେରିବା ପରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ପୁଣି ଥରେ ସେ ସଂକ୍ରମିତ ହୋଇଛନ୍ତି ।
ଦେଶରେ ପ୍ରଥମ ସଂକ୍ରମିତ କେରଳର ତ୍ରିସୁର ଜିଲ୍ଲାରୁ ୨୦୨୦ ଜାନୁଆରୀ ୩୦ ତାରିଖରେ ଚିହ୍ନଟ ହୋଇଥିଲେ । ସେ ଚୀନର ଉହାନରେ ମେଡିକାଲ ଡିଗ୍ରୀ କରୁଥିଲେ । ଉହାନରେ ସଂକ୍ରମଣ ବଢିବା ପରେ ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ପରେ ସଂକ୍ରମିତ ଥିବା ଜଣାପଡିଥିଲ।। ।
ତେବେ ଏବେ ବିଦେଶ ଯାତ୍ରା ପୂର୍ବରୁ ଆବଶ୍ୟକ ହେଉଥିôବା ଆରଟିପିସିଆର ଟେଷ୍ଟରୁ ସେ ସଂକ୍ରମିତ ଥିବା ଜଣାପଡିଛି । ତେବେ ତାଙ୍କ ଠାରେ କୌଣସି ସଂକ୍ରମଣ ଲକ୍ଷଣ ଦେଖାଦେଇନଥିଲା । ଏବେ ହୋମ ଆଇସୋଲେସନରେ ଅଛନ୍ତି, ପୂର୍ବଥର ତାଙ୍କ ଠାରେ ଲକ୍ଷଣ ଦେଖାଦେଇଥିବା ଜିଲ୍ଲା ମେଡିକାଲ ଅଧିକାରୀ କେ ଜେ ରିନା କହିଛନ୍ତି ।
ସୋମବାର ଦିନ ତ୍ରିସୁର ଜିଲ୍ଲାରୁ ୧,୦୯୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା ରାଜ୍ୟରେ ସର୍ବାଧିକ କରିଛି । କୋଜିକୋଡେରୁ ୭୮୦, କୋଲ୍ଲାମରୁ ୭୭୪, ମଲାପୁରମରୁ ୭୨୨ ମାମଲା ଓ ଥିରୁବନନ୍ତପୁରମରୁ ୬୭୬ ସହ କେରଳରେ ମୋଟ ୭,୭୯୮ ନୂଆ କରୋନା ଚିହ୍ନଟ ହୋଇଛି ।

Related posts

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ, ୨ ପର୍ଯ୍ୟଟକଙ୍କ ମୃତ୍ୟୁ

mahabharatanews

ୟୁପି କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ମିଳିବ ଆଇପ୍ୟାଡ

mahabharatanews

କୋରୋନା: ମକ୍କା ଯ।ତ୍ରା ଉପରେ ସ୍ଥଗିତାଦେଶ

mahabharatanews