Uncategorized

ବୁଡିଗଲା ପ୍ରବାସୀ ଜାହାଜ

ନୂଆଦିଲ୍ଲୀ(ମହାଭାରତ): ସାରାଦେଶକୁ କୋରୋନା କବଳିତ କରିଥିବା ବେଳେ ତୁର୍କୀରୁ ଆସିଛି ଆଉ ଏକ ଦୁଃଖଦାୟକ ଘଟଣା । ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଜାହାଜ ସମୁଦ୍ର ଭିତରେ ବୁଡି ଯାଇଥିବା ସୂଚନା ମିଳିଛି । ଯେଉଁଥିରେ ଥିବା ୪୫ ଜଣ ଯାତ୍ରୀ ନିଖୋଜ ଅଛନ୍ତି । ତେବେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ତୁର୍କୀ ନୌସେନା ଏବଂ ଏୟାରକ୍ରାଫ୍ଟସ ମିଳିତ ଉଦ୍ୟମ ଜାରି ରଖିଛି । ଏନେଇ ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ତେବେ ଜାହାଜରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀମାନେ ପ୍ରବାସୀ ବୋଲି କହିଛନ୍ତି ଜଣେ ବରିଷ୍ଠ ଅଧିକାରୀ । ତୁର୍କୀର କାସ ସହରରୁ ୨୫୬ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମରେ ଏଭଳି ଏକ ଦୁର୍ଘଟଣା ଘଟିଛି । ଗୁରୁବାର ଦିନ ଏକ ଜାହାଜ ବୁଡିବାକୁ ଯାଉଛି ବୋଲି ଖବର ଆସିଥିଲା । ଏହା ଜଣାପଡିବା ପରେ ନୌସନାର ଦୁଇଟି ଜାହାଜ ସହ ଏରୋପ୍ଲେନ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି । ତେବେ ଏଭଳି ବିପଦ ସମୟରେ ଖରାପ ପାଣିପାଗ ସର୍ଚ୍ଚ ଅପରେସନରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି ।

Related posts

ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ପୁଲିସର ଦମନଲୀଳାକୁ ସୁପ୍ରିମକୋର୍ଟଙ୍କ ନିନ୍ଦା

mahabharatanews

୧୯୯୮ରେ ଦାଉଦକୁ ମାରିବାକୁ ଛୋଟା ରାଜନ ଷହଯନ୍ତ୍ର କରିଥିଲା: ଲକଡବାଲା

mahabharatanews

ବିଶ୍ୱରେ ୩୮,୧୮,୮୦୦ କରୋନା ଆକ୍ରାନ୍ତ ବିଶ୍ୱରେ ୨୪ ଘଣ୍ଟାରେ ୬,୮୦୦ଲୋକଙ୍କ ମୃତ୍ୟୁ

mahabharatanews